‘ଦେଶଦ୍ରୋହୀ’ କହି ଅକ୍ଷୟଙ୍କୁ କରାଯାଉଛି ଟ୍ରୋଲ…ଜାଣନ୍ତୁ କାରଣ…

ବମ୍ବେ: ବିବାଦରେ ଖିଲାଡି କିଙ୍ଗ ଅକ୍ଷୟ କୁମାର। ଏକ ଭିଡିଓକୁ ନେଇ ତାଙ୍କୁ ଟ୍ରୋଲ କରାଯାଉଛି। ନିଜେ ଶେୟାର କରିଥିବା ଭିଡିଓର ଏକ କ୍ଲିପରେ ଅକ୍ଷୟ ଭାରତ ମାନଚିତ୍ର ଉପରେ ପାଦ ରଖିଥିବା ଯୋଗୁ ଏହା ଦେଶର ଅପମାନ ବୋଲି କୁହାଯାଉଛି।

ଅକ୍ଷୟ ଏକ ଏୟାରଲାଇନ୍ସକୁ ପ୍ରମୋଟ କରିବାକୁ ଯାଇ ଭିଡିଓ ଶେୟାର କରିଥିଲେ। ଏହାର କ୍ୟାପଶନରେ ଉତ୍ତର ଆମେରିକାରେ କଳାକାରମାନେ ୧୦୦% ଶୁଦ୍ଧ ଦେଶୀ ମନୋରଞ୍ଜନ ନେଇ ଆସୁଛନ୍ତି। ନିଜ ନିଜ ସିଟ୍‌ର ବେଲ୍ଟ ବାନ୍ଧି ନିଅନ୍ତୁ। ଆମେ ମାର୍ଚ୍ଚରେ ଆସୁଛୁ ବୋଲି ସେ ଲେଖିଥିଲେ। ଏଠାରେ ସେ ନିଜର ଉତ୍ତର ଆମେରିକା ଗସ୍ତ ବିଷୟରେ କଥା ହେଉଥିଲେ ଯାହାକି ମାର୍ଚ୍ଚ ୩ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୨ରେ ଶେଷ ହେବ।

ତେବେ ଏହି ଭିଡିଓରେ ନୋରା ଫତେହୀ, ମୌନୀ ରୟ,ଦିଶା ପଟାନୀ, ସୋନମ ବାଜବା ମଧ୍ୟ ଥିଲେ। ସେମାନେ ମଧ୍ୟ ଅକ୍ଷୟଙ୍କ ଭଳି ଗ୍ଲୋବ ଉପରେ ଚାଲୁଥିବା ଦେଖାଯାଇଥିଲା। ହେଲେ ଅକ୍ଷୟ ଭାରତ ମାନଚିତ୍ରରେ ପାଦ ରଖିଥିବାରୁ ବିବାଦକୁ ଆସିଛନ୍ତି। ଏହାକୁ ନେଇ ସୋସିଆଲ ମିଡିଆରେ ଜୋରଦାର ଟ୍ରୋଲିଂ କରାଯାଉଛି। କିଛି ବ୍ୟବହାରକାରୀ ତାଙ୍କୁ ଦେଶଦ୍ରୋହୀ କହିବାକୁ ପଛାଉନାହାନ୍ତି। ତେବେ ଅକ୍ଷୟ ନିଜେ ଏନେଇ କି ସ୍ପଷ୍ଟୀକରଣ ରଖୁଛନ୍ତି ତାହା ଦେଖିବାକୁ ବାକି ରହିଲା।

Share