ଅକ୍ଷୟ କୁମାର କରୋନା ପଜିଟିଭ୍‌, କେନ୍ସ୍‌ ଫିଲ୍ମ ଫେଷ୍ଟିଭାଲରେ ଦେବେନି ଯୋଗ…

ମୁମ୍ବାଇ, ୧୪।୫ : ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ସେ ମେ’ ୧୭ରେ ହେବାକୁ ଥିବ ାକେନ୍ସ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ଯୋଗ ଦେବେନି ବୋଲି ଶନିବାର ଟୁଇଟ୍‌ କରି ଜଣାଇଛନ୍ତି।

କିଛି ଦିନ ଧରି ତାଙ୍କ ଠାରେ କେତେକ ଲକ୍ଷଣ ପ୍ରକାଶ ପାଇଥିଲା। ଏନେଇ ଅକ୍ଷୟ ନିଜର ନମୁନା ପରୀକ୍ଷା କରାଇଥିଲେ। ଶନିବାର ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ଏହା ପୂର୍ବରୁ ୨୦୨୧ରେ ମଧ୍ୟ ଅକ୍ଷୟଙ୍କୁ କରୋନା ହୋଇଥିଲା।

Share