ଅକ୍ଷୟ କୁମାର କରୋନା ପଜିଟିଭ୍‌

ମୁମ୍ବାଇ,୪।୪: ବଲିଉଡ୍‌ ଅଭିନେତା ଖିଲାଡି ବୟ ଅକ୍ଷୟ କୁମାରଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏନେି ଅକ୍ଷୟ ନିଜ ଟୁଇଟର ହ୍ୟାଣ୍ଡେଲରେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେ ନିଜକୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରଖିଛନ୍ତି। ତାଙ୍କ ସହିତ ମିଳାମିଶା କରିଥିବା ଲୋକେ ଶୀଘ୍ର ନିଜ ନିଜର ନମୁନା ପରୀକ୍ଷା କରାଇ ନେବାକୁ ସେ ପରାମର୍ଶ ଦେଇଛନ୍ତି। ଅକ୍ଷୟ ସମ୍ପ୍ରତି ରାମସେତୁ ଫିଲ୍ମର ଶୁଟିଂରେ ବ୍ୟସ୍ତ ଥିଲେ। ତେବେ ସେ କରୋନା ପଜିଟିଭ୍‌ ହୋଇଥିବାରୁ ଫିଲ୍ମର ଶୁଟିଂ ଅଧାରେ ଅଟକି ଯାଇଛି। ଅକ୍ଷୟ ଛୁଟି ନେଇ ଘରକୁ ପଳାଇ ଆସିଛନ୍ତିି। ସେ କରୋନା ମାର୍ଗଦର୍ଶିକା ପାଳନ କରୁଥିବା ନେଇ ସୂଚନା ଦେଇଛନ୍ତି।

Share