ବଲିଉଡ୍ ଅଭିନେତା ଅଜୟ ଦେବଗନଙ୍କ ଆଗାମୀ ଫିଲ୍ମ ‘ଭୁଜ: ଦି ପ୍ରାଇଡ ଅଫ ଇଣ୍ଡିଆ’ ଖୁବ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି। ଫିଲ୍ମର କାହାଣୀରେ ଭାରତୀୟ ସେନାର ସାହସିକତା ବିଷୟରେ ଦେଖିବାକୁ ମିଳିବ। ଫିଲ୍ମ ରିଲିଜ ହେବା ପୂର୍ବରୁ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଅଜୟ ଦେବଗନ ଏକ କବିତା ପାଠ କରୁଥିବା ନଜର ଆସିଛନ୍ତି। ଅଜୟ ୨ ମିନିଟ୍ ପର୍ଯ୍ୟନ୍ତ ଏହି କବିତା ପାଠ କରିଥିଲେ। ଅକ୍ଷୟ କୁମାର ମଧ୍ୟ ତାଙ୍କ କବିତା ‘ସିପାହୀ’ ଶୁଣିବା ପରେ ଅତ୍ୟନ୍ତ ଭାବପ୍ରବଣ ହୋଇପଡିଛନ୍ତି। ତାଙ୍କ ଆଖିରେ ଲୁହ ଆସିଯାଇଥିଲା। ଅଜୟ ଦେବଗନଙ୍କ ଭିଡିଓ ଶେୟାର କରି ଅକ୍ଷୟ ଲେଖିଛନ୍ତି, ମୁଁ ବାସ୍ତବିକ ଜୀବନରେ ନିଜ ଭାବନାକୁ ସହଜରେ ବ୍ୟକ୍ତ କରିପାରେ ନାହିଁ। କିନ୍ତୁ ତୁମ କବିତା ଶୁଣି ମୋ ଆଖିରେ ଲୁହ ଆସିଯାଇଥିଲା। ମୁଁ ଜାଣି ନ ଥିଲା ତୁମ ଭିତରେ ଏକ ଭଲ କପି ଲୁଚି ରହିଛି। କେଉଁ କେଉଁ କାମରେ ମୋ ହୃଦୟ ଜିତିବେ ବୋଲି ସେ ଅଜୟଙ୍କୁ କହିଛନ୍ତି।