ଡେଞ୍ଜର ଲୁକ୍‌ରେ ଅକ୍ଷୟ କୁମାର

ମୁମ୍ବାଇ: ବଲିଉଡ୍‌ର ଆକ୍ସନ ମାଷ୍ଟର ଅକ୍ଷୟ କୁମାର ଗୋଟିଏ ପରେ ଗୋଟିଏ ନିଜ ଫିଲ୍ମର ଲୁକ୍‌ ଶେୟାର କରିବା ସହ ରିଲିଜ୍‌ ଡେଟ୍‌ ମଧ୍ୟ ଘୋଷଣା କରିଛନ୍ତି। କିଛି ଦିନ ପୂର୍ବରୁ ଅକ୍ଷୟ କୁମାର ଫିଲ୍ମ ପୃଥ୍ବୀରାଜର ରିଲିଜ ଡେଟ୍‌ ଘୋଷଣା କରିଥିଲେ। ବର୍ତ୍ତମାନ ସେ ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ ‘ବଚ୍ଚନ ପାଣ୍ଡେ’ରେ ଥିବା ନିଜର ଭୟାନକ ଚେହେରାକୁ ଶେୟାର କରିଛନ୍ତି। ଏଥିସହ ଅକ୍ଷୟ କୁମାର ବଚ୍ଚନ ପାଣ୍ଡେର ଟ୍ରେଲର ରିଲିଜ ତାରିଖ ଘୋଷଣା କରିଛନ୍ତି। ଫେବୃଆରୀ ୧୮ରେ ଏହାର ଟ୍ରେଲର ରିଲିଜ୍‌ ହେବାକୁ ଯାଉଛି। ଅକ୍ଷୟଙ୍କ ଏହି ଲୁକ୍‌ ସୋସିଆଲ ମିଡିଆରେ ଏବେ ଭାଇରାଲ ହୋଇଥିବା ବେଳେ ପ୍ରଂଶସକ ମଧ୍ୟ ବେଶ୍‌ ପସନ୍ଦ କରିଛନ୍ତି। ଅକ୍ଷୟଙ୍କ ଲୁକ୍‌କୁ ଦେଖିବା ପରେ ପ୍ରଶଂସକ ଫିଲ୍ମର ଟ୍ରେଲରକୁ ଦେଖିବା ପାଇଁ ବେଶ୍‌ ଉତ୍ସାହିତ ରହିଛନ୍ତି। ବଚ୍ଚନ ପାଣ୍ଡେଙ୍କ ପୋଷ୍ଟର ଶେୟାର କରି ଅକ୍ଷୟ କୁମାର ଲେଖିଛନ୍ତି, ଏହା ଏଭଳି ଏକ ଚରିତ୍ର ଯେଉଁଥିରେ ରଙ୍ଗ ଦୋକାନ ଅପେକ୍ଷା ଅଧିକ ରଙ୍ଗ ରହିଛି। ଏହି ଫିଲ୍ମ ଭୟ, ହସ, ଓ କାନ୍ଦରେ ଭରପୂର ରହିଛି। ଏହାକୁ ନିଜର ଭଲପାଇବା ଦେବାକୁ ଅକ୍ଷୟ କୁମାର ପ୍ରଶଂସକଙ୍କୁ ନିବେଦନ କରିଛନ୍ତି। ଏଥିସହ ଅକ୍ଷୟ ଫିଲ୍ମର ଏକ ମଜାଳିଆ ସଂଳାପ ମଧ୍ୟ ଶେୟାର କରିଛନ୍ତି। ସେ ଲେଖିଛନ୍ତି, ମୋତେ ଭାଇ ନୁହେଁ, ଗଡଫାଦର କୁହନ୍ତି। ଏହି ଶୈଳୀ ଜରିଆରେ ସେ ଦର୍ଶକକୁ ଜଣାଇଦେଇଛନ୍ତି ଯେ, ଫିଲ୍ମରେ ତାଙ୍କର କିଭଳି ଅନ୍ଦାଜ ରହିଛି। ଏହି ଫିଲ୍ମର ନିର୍ଦ୍ଦେଶନା ଭାର ଫରହାଦ ସମଜି ତୁଳାଇଛନ୍ତି। ଏଥିରେ କୃତି ସେନନ, ଜ୍ୟାକଲିନ ଫର୍ନାଡିଜ୍‌, ଅରଶଦ ଓ୍ବାରସି ଓ ପଙ୍କଜ ତିପାଠୀଙ୍କ ଅଭିନୟର ଯାଦୁ ଦେଖିବାକୁ ମିଳିବ।

Share