ଅକ୍ଷୟଙ୍କ ପାଖରେ ଅଛି କି ୨୬୦ କୋଟିର ପ୍ରାଇଭେଟ୍‌ ଜେଟ୍‌, ନିଜେ କଲେ ଖୁଲାସା

ବଲିଉଡ ଅଭିନେତା ଅକ୍ଷୟ କୁମାର ଫିଲ୍ମ ଦୁନିଆରେ ନିଜର କୁଲ୍‌ ଅନ୍ଦାଜ୍‌ ପାଇଁ ଜଣାଶୁଣା। ତାଙ୍କୁ ନେଇ ଅନେକ ଖବର ପ୍ରସାରିତ ହୁଏ। ନିକଟରେ ଏକ ଖବର ଚର୍ଚ୍ଚାର ପରିସରକୁ ଆସିଥିଲା। ଅକ୍ଷୟ କୁଆଡେ ୨୬୦ କୋଟି ଟଙ୍କାର ଏକ ପ୍ରାଇଭେଟ୍‌ ଜେଟ୍‌ କିଣିଛନ୍ତି ବୋଲି ଗଣାମଧ୍ୟମରେ ଆଲୋଚନା ହେଉଛି। ଏହାକୁ ନେଇ ଅକ୍ଷୟ ଟୁଇଟର୍‌ରେ ନିଜ କ୍ରୋଧ ଜାହିର କହିଛନ୍ତି। ଅକ୍ଷୟ ଟୁଇଟର୍‌ରେ ଏଭଳି ରିପୋର୍ଟକୁ ପ୍ରସାରଣ କରୁଥିବା ମିଡିଆ ଉପରେ ବର୍ଷିଛନ୍ତି। ସେ ଟୁଇଟ୍‌ରେ ଲେଖିଛନ୍ତି, ‘ମିଛ ମିଛ… ନିଆଁରେ ରଙ୍ଗ, ପିଲାଦିନରେ ଶୁଣିଛନ୍ତି? ଠିକ ଅଛି, ଦେଖାଯାଉଛି କିଛି ଲୋକ ଏପର୍ଯ୍ୟନ୍ତ ସ୍ପଷ୍ଟ ଭାବେ ବଡ ନୁହଁନ୍ତି। ମୋ ବିଷୟରେ ଏକ ଭିତ୍ତିହୀନ ମିଛ ଲେଖ ଏବଂ ମୁଁ ଏହାକୁ ଫିଙ୍ଗି ଦେବି। ଅକ୍ଷୟଙ୍କ ଟୁଇଟ୍‌ ପରେ ପ୍ରଶଂସକମାନେ ମଧ୍ୟ ତାଙ୍କ ସମର୍ଥନରେ ଆସିଛନ୍ତି।
ଅକ୍ଷୟ କୁମାରଙ୍କ ଫିଲ୍ମ ‘ରାମ ସେତୁ’ ଦିୱାଲୀ ଅବସରରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଫିଲ୍ମରେ ତାଙ୍କ ସହ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଏବଂ ନୁଶରତ ଭରୁଚା ନଜର ଆସିବେ।

Share