ବ୍ୟସ୍ତ ରହିଲେ ବି ମା’ଙ୍କ ସହ ସମୟ ବିତାଇବାକୁ ଭୁଲନ୍ତିନି ଅକ୍ଷୟ କୁମାର

ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାରଙ୍କ ମା’ ଅରୁଣା ଭାଟିଆଙ୍କର ବୁଧବାର ନିଧନ ହୋଇଛି। ମା’ଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ଖିଲାଡି ବୟ। ଅକ୍ଷୟ ତାଙ୍କ ମାଙ୍କୁ ବହୁତ ଭଲ ପାଆନ୍ତି। ଅକ୍ଷୟ ଜଣେ ଆଦର୍ଶ ପୁଅ। ଯେତେ ବ୍ୟସ୍ତ ଥାଆନ୍ତୁ ନା କାହିଁକି ଅକ୍ଷୟ ନିଜ ମା’ଙ୍କ ସହ ସମୟ ବିତାଇବାକୁ ଆଦୌ ଭୁଲନ୍ତିନି।

ଅକ୍ଷୟ କୁମାର ୨୦୧୯ରେ ମାଙ୍କୁ ଲଣ୍ଡନ ସହରରେ ବୁଲାଉଥିବାର ଏକ ଭିଡିଓ ଶେୟାର କରିଥିଲେ। ଏହି ଭିଡିଓରେ କ୍ୟାପଶନ ଲେଖିଥିଲେ, ମାଙ୍କ ସହ କିଛି ସମୟ ବିତାଇବା ପାଇଁ ଶୁଟିଂ ଆଡଜଷ୍ଟ କରିବାକୁ ପଡ଼ିଥିଲା। ଆପଣ ନିଜ ଜୀବନରେ ଯେତେ ବ୍ୟସ୍ତ ରୁହନ୍ତୁନା କାହିଁକି କେବେ ବି ମାଙ୍କୁ ଭୁଲନ୍ତୁ ନାହିଁ। ସବୁବେଳେ ତାଙ୍କ ସହ ସମୟ ବିତାଇବାକୁ ଚେଷ୍ଟା କରନ୍ତୁ।

ଅକ୍ଷୟ କୁହନ୍ତି, ତାଙ୍କ ମା’ ତାଙ୍କର ବହୁତ ନିକଟତର। ମା’ଙ୍କ ଦେହାନ୍ତ ପରେ ଅକ୍ଷୟ ସୋସିଆଲ ମିଡିଆରେ ଟୁଇଟ୍‌ କରି କହିଛନ୍ତି, ଆଜି ସକାଳେ ମୋ’ ମା ଆମକୁ ଛାଡ଼ି ଚାଲିଗଲେ। ସେ ମୋର ଏକ ଅଂଶ ଥିଲେ। ଆଜି ମୋତେ ବହୁତ କଷ୍ଟ ହେଉଛି। ମା ତୁମେ ଯିବା ପରେ ଆମ ପରିବାର କଠିନ ସମୟ ଦେଇ ଗତି କରୁଛି। ସେ ଅଲଗା ଏକ ଦୁନିଆକୁ ଚାଲିଗଲେ। ଯେଉଁଠି ମୋ ପିତାଙ୍କ ସହ ଭେଟ ହେବ। ଓମ୍‌ ଶାନ୍ତି।

ଅକ୍ଷୟଙ୍କ ଏହି ଟୁଇଟ୍‌ ପରେ ପ୍ରଶଂସକମାନଙ୍କଠାରୁ ଆରମ୍ଭ କରି ବଲିଉଡ୍‌ କଳାକାରମାନେ ଶୋକ ପ୍ରକାଶ କରିଛନ୍ତି।

Share