ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ଦାନ କଲେ ଅକ୍ଷୟ କୁମାର

ମୁମ୍ବାଇ,୧୭।୧: ପ୍ରଥମ ବଲିଉଡ୍‌ ଷ୍ଟାର ଭାବେ ଅକ୍ଷୟ କୁମାର ଅଯୋଧ୍ୟାରେ ହେବାକୁ ଥିବା ଭବ୍ୟ ରାମ ମନ୍ଦିରର ନିର୍ମାଣ ପାଇଁ ଦାନ କରିଛନ୍ତି । ଏ ନେଇ ଟୁଇଟରରେ ଏକ ଭିଡିଓ ଶେୟାର କରି ସୂଚନା ଦେଇଛନ୍ତି ୫୩ ବର୍ଷୀୟ ଅଭିନେତା। ଏହି ଭିଡିଓରେ ମହାନ କାର୍ଯ୍ୟ ପାଇଁ ଆଗେଇ ଆସିବାକୁ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି।

” ଅଯୋଧ୍ୟାରେ ଦିବ୍ୟ ଶ୍ରୀ ରାମ ମନ୍ଦିର ନିର୍ମାଣ ହେବା ବଡ଼ ଖୁସିର ବିଷୟ। ଏବେ ଆମର ଯୋଗଦାନ କରିବାର ପାଳି। ମୁଁ ଆରମ୍ଭ କରିଛି। ଆଶା କରୁଛି ଆପଣମାନେ ମଧ୍ୟ ଏଥିରେ ସାମିଲ ହେବେ। ଜୟ ଶ୍ରୀ ରାମ” ବୋଲି ଖିଲାଡି କୁମାର ଭିଡିଓରେ କହିଛନ୍ତି।

Share