ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାର ଏବଂ କମେଡି କିଙ୍ଗ୍ କପିଲ ଶର୍ମାଙ୍କ ମଧ୍ୟରେ ତିକ୍ତତା ଥିବା ଖବର ଶୁଣିବାକୁ ମିଳିଥିଲା। କିନ୍ତୁ ଅକ୍ଷୟ କୁମାରଙ୍କୁ ପୁଣି ଥରେ ‘ଦ କପିଲ ଶର୍ମା ଶୋ’ରେ ଦେଖିବାକୁ ମିଳିଥିଲା। ଏଥର ସେ ଜ୍ୟାକଲିନ ଫର୍ନାଣ୍ଡିଜ, କ୍ରିତି ସାନନ ଏବଂ ଅର୍ଶଦ ଓ୍ବାର୍ସିଙ୍କ ସହ ପ୍ରମୋଶନ ପାଇଁ ଆସିଥିଲେ।
ଗତ ମାସରେ ଶୁଣିବାକୁ ମିଳିଥିଲା କପିଲ ଶର୍ମା ଏବଂ ଅକ୍ଷୟ କୁମାରଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଦୀର୍ଘ ଦିନର ଅପେକ୍ଷା ପରେ ଉଭୟଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର ଆସିଛି। ଉଭୟେ ପୁଣି ଏକାଠି ନଜର ଆସିଛନ୍ତି।
‘ଦ କପିଲ ଶର୍ମା ଶୋ’ର ଆଗାମୀ ଏପିସୋଡ୍ରେ ଅକ୍ଷୟ କୁମାରଙ୍କୁ ଅତିଥି ଭାବେ ଦେଖିବାକୁ ମିଳିବ।
ଅକ୍ଷୟ କୁମାର ଏବଂ କପିଲ ଶର୍ମାଙ୍କର ଏକ ଭିଡିଓ ଲିକ୍ ହୋଇଥିଲା। ଭିଡିଓରେ କପିଲ ଶର୍ମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅକ୍ଷୟ କୁମାରଙ୍କ ସାକ୍ଷାତକାରକୁ ପରିହାସ କରୁଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଲିକ୍ ହେବା ପରେ ଅକ୍ଷୟ କୁମାର କ୍ରୋଧିତ ହୋଇଥିଲେ। ଏହା ୟୁଟ୍ୟୁବ୍ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆରେ ଦେଖାଦେଇଛି। ଅକ୍ଷୟ କୁମାର ଏହାକୁ ପସନ୍ଦ କରନ୍ତି ନାହିଁ। ଏହା ପରେ ଅକ୍ଷୟ କୁମାର କପିଲ ଶର୍ମାଙ୍କ ସ୍ପଷ୍ଟୀକରଣ ପର୍ଯ୍ୟନ୍ତ ଶୋ’ ଶୁଟିଂ କରିବାକୁ ମନା କରିଦେଇଥିଲେ।