ଶାଳିଙ୍କ ପାଇଁ ଏହି ଲୋକପ୍ରିୟ ଅଭିନେତାଙ୍କୁ ମାରିବାକୁ ଗୋଡ଼ାଇଥିଲେ ରାଜେଶ ଖାନ୍ନା, ଆଉ ତା’ ପରେ..

ବମ୍ବେ: ଅଭିନେତା ଅକ୍ଷୟ କୁମାରଙ୍କୁ ଆଜିର ସୁପରଷ୍ଟାର। ହେଲେ ତାଙ୍କ ଶ୍ୱଶୁର ରାଜେଶ ଖନ୍ନା ଥିଲେ ବଲିଉଡ୍‌ର ପ୍ରଥମ ସୁପରଷ୍ଟାର। ସେତେବେଳର ସମୟରେ ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ଅନ୍ୟ ଅଭିନେତାଙ୍କଠାରୁ ଅଧିକ ଥିଲା। ହେଲେ ସ୍ବଭାବରେ ସେ ବହୁତ ରାଗି ଥିଲେ। ଏକଦା ଶାଳି ସିମ୍ପଲ କପାଡ଼ିଆଙ୍କୁ ନେଇ ସେ ନିଜର ସହକଳାକାରଙ୍କୁ ମାରିବାକୁ ଗୋଡ଼ାଇଥିଲେ।

ସିମ୍ପଲ ରାଜେଶଙ୍କ ସ୍ତ୍ରୀ ଡିମ୍ପଲ କପାଡ଼ିଆଙ୍କ ସାନଭଉଣୀ ଥିଲେ। ସେ ୧୯୭୭ରେ ‘ଅନୁରୋଧ’ ଫିଲ୍ମରେ ନିଜର ଡେବ୍ୟୁ କରିଥିଲେ। ୧୦ ବର୍ଷର ସିନେ ଜୀବନ ମଧ୍ୟରେ ସେ ଅନେକ ଫିଲ୍ମରେ କାମ କରିଛନ୍ତି। ଏହି ସମୟରେ ସେ ଫିଲ୍ମରେ ଖଳନାୟକ ଭୂମିକାରେ ନଜର ଆସୁଥିବା ରଞ୍ଜିତଙ୍କୁ ପସନ୍ଦ କରୁଥିଲେ। ଉଭୟ ଭଲ ବନ୍ଧୁ ମଧ୍ୟ ଥିଲେ।

ରଞ୍ଜିତ କିନ୍ତୁ ରାଜେଶ ଖନ୍ନାଙ୍କୁ ପସନ୍ଦ କରୁ ନ ଥିଲେ। ଏଣୁ ରାଜେଶ ଚାହୁଁଥିଲେ ତାଙ୍କ ଶାଳି ରଞ୍ଜିତଙ୍କ ସହ କୌଣସି ସମ୍ପର୍କ ନ ରଖୁ। ସେ ତାଙ୍କୁ ବୁଝାଇଥିଲେ। ହେଲେ ସିମ୍ପଲ ଶୁଣି ନ ଥିଲେ। ଇତିମଧ୍ୟରେ ଏକଦା ଛୈଲା ବାବୁ ଫିଲ୍ମର ଶୁଟିଂ ହେଉଥିଲା। ଫିଲ୍ମରେ ରଞ୍ଜିତଙ୍କ ସହ ରାଜେଶଙ୍କ ଦୃଶ୍ୟ ରହିଥିଲା। ଶୁଟିଂ ସମୟରେ ଉଭୟଙ୍କ ମଧ୍ୟରେ ତୁତୁମେମେ ଦେଖିବାକୁ ମିଳିଥିଲା। ଏପରିକି ରାଜେଶ ଖନ୍ନା ରଞ୍ଜିତଙ୍କୁ ମାରିବାକୁ ଗୋଡ଼ାଇଥିଲେ।

ପରେ ସିମ୍ପଲ ଏବଂ ରଞ୍ଜିତଙ୍କ ସମ୍ପର୍କ ଖଟା ହୋଇଥିଲା। ୧୯୮୭ରେ ସିମ୍ପଲ ଫିଲ୍ମଜଗତକୁ ସବୁଦିନ ପାଇଁ ଛାଡ଼ି ଫ୍ୟାଶନ ଡିଜାଇନର ହୋଇଥିଲେ।

Share