ମଣିପୁର ଘଟଣାରେ ଦେଶ ସ୍ତବ୍ଧ: ଲଜ୍ଜାଜନକ କହିଲେ ଅକ୍ଷୟ କୁମାର

ମୁମ୍ବାଇ:ମଣିପୁରରେ ଦୁଇ କୁକି ମହିଳାଙ୍କୁ ଉଲଗ୍ନ କରି ନିର୍ଯାତନା ଦେବା ଘଟଣା ଦେଶକୁ ସ୍ତବ୍ଧ କରିଛି। ଏହି ଲୋମଟାଙ୍କୁରା ଘଟଣାରେ ୟୁଜର୍ସମାନେ ସୋସିଆଲ ମିଡିଆରେ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି। ତେବେ ବଲିଉଡର କିଛି ଅଭିନେତ୍ରୀ/ଅଭିନେତା ଏହାକୁ ନିନ୍ଦା କରିଛନ୍ତି।

ଅକ୍ଷୟ କୁମାର ଟୁଇଟ୍‌ କରି ଦୁଇ ମହିଳାଙ୍କ ସହ ହୋଇଥିବା ଅତ୍ୟାଚାରକୁ ନେଇ ଦୁଃଖ ପ୍ରକାଶ କରିବା ସହ ପୀଡିତାଙ୍କ ପାଇଁ ନ୍ୟାୟ ଦାବି କରିଛନ୍ତି। ସ କହିଛନ୍ତି, ମଣିପୁରରେ ମହିଳାଙ୍କ ପ୍ରତି ହୋଇଥିବା ଏପରି ଭିଡିଓ ଦେଖି ମୁଁ ଆଶ୍ଚର୍ଯ୍ୟ। ଆଶା କରୁଛି ଦୋଷୀମାନଙ୍କୁ କଠୋର ଦଣ୍ଡ ଦିଆଯାଉ। ଯେପରି ଏଭଳିି ଘୃଣ୍ୟ କାର୍ଯ୍ୟ କରିବାକୁ କେବେ ଭାବିବେ ନାହିଁ।

ମଣିପୁରର ମହିଳାମାନଙ୍କ ପ୍ରତି ହୋଇଥିବା ଅତ୍ୟାଚାରକୁ ନେଇ ଅଭିନେତ୍ରୀ ରିଚା ଚାଡ୍ଡା ଅଦନ୍ତୋଷ ବ୍ୟକ୍ତ କରିଛନ୍ତି। ଟ୍ବିଟ୍‌ କରି ସେ ଏହି ଘଟଣାକୁୁ ଲଜ୍ଜାଜନକ! ଭୟଙ୍କର! ବେଆଇନ୍‌ ବୋଲି କହିଛନ୍ତି।

ସେହିପରି ଉର୍ମିଲା ମାଟୋଣ୍ଡକର ମଣିପୁର ଘଟଣାକୁ ଦୃଢ ବିରୋଧ କରିଛନ୍ତି। ସେ କହିଛନ୍ତି, ଏ ଘଟଣା ମେ ମାସରେ ଘଟିଛି କିନ୍ତୁ ଏହା ଉପରେ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। କ୍ଷମତା ନିଶାରେ ଚୁର ହୋଇ ଯେଉଁମାନେ ଆଜି ଯାଏଁ ଚୁପ୍‌ ବସିଛନ୍ତି ସେମାନଙ୍କୁ ଲାଜ ଲାଗିବା କଥା। ପ୍ରିୟ ଭାରତୀୟ ଆମେ ସେଠାରେ କେବେ ପହଞ୍ଚିବା।

Share