ଭଉଣୀଙ୍କୁ ଏମିତି ଉପହାର ଦେଲେ ଅକ୍ଷୟ କୁମାର

ମୁମ୍ବାଇ: ଆଜି ସାରା ଦେଶରେ ରକ୍ଷାବନ୍ଧନ ଉତ୍ସବ ପାଳନ କରାଯାଉଛି। ଫିଲ୍ମ ଷ୍ଟାର୍‌ମାନେ ମଧ୍ୟ ଏହି ଦିନଟିକୁ ବିଶେଷ ଭାବରେ ପାଳନ କରୁଛନ୍ତି। ଅଭିନେତା ଅକ୍ଷୟ କୁମାର ଆଜିର ଦିନରେ ତାଙ୍କ ଭଉଣୀ ଅଲ୍‌କା ଭାଟିଆଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି। ସେ ତାଙ୍କର ନୂଆ ଫିଲ୍ମ ସମ୍ପର୍କରେ ଘୋଷଣା କରିଛନ୍ତି।

ଅକ୍ଷୟ କୁମାରଙ୍କ ଏହି ଫିଲ୍ମ ଭାଇଭଉଣୀଙ୍କ ସମ୍ପର୍କକୁ ନେଇ ଆଧାରିତ। ଫିଲ୍ମର ନାମ ହେଉଛି ‘ରାଧା ବୃନ୍ଦାବନ’। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଆନନ୍ଦ ଏଲ ରାୟ। ଫିଲ୍ମର ପୋଷ୍ଟର ଅକ୍ଷୟ କୁମାର ତାଙ୍କ ଅଫିସିଆଲ ଟୁଇଟର ଆକାଉଣ୍ଟରେ ଶେୟାର କରିଛନ୍ତି। ‘ରାଧା ବୃନ୍ଦାବନ’ର ପୋଷ୍ଟରରେ ଅକ୍ଷୟ କୁମାର ତାଙ୍କ ଭଉଣୀମାନଙ୍କୁ କୋଳାଗ୍ରତ କରୁଥିବା ନଜର ଆସିଛନ୍ତି।
ଫିଲ୍ମ ‘ରାଧା ବୃନ୍ଦାବନ’ ଆସନ୍ତା ବର୍ଷ ନଭେମ୍ବର ୨ରେ ମୁକ୍ତିଲାଭ କରିବ। ଫିଲ୍ମର ଏହି ପୋଷ୍ଟର ଶେୟାର କରି ଅକ୍ଷୟ କୁମାର କ୍ୟାପ୍‌ଶନ ଲେଖିଛନ୍ତି, ଏହା ଏମିତି ଏକ କାହାଣୀ ଯାହା ଆପଣଙ୍କ ହୃଦୟକୁ ଛୁଇଁଯିବ। ମୋ’ କ୍ୟାରିୟରରେ ଏହା ହେଉଛି ଏମିତି ଏକ ଫିଲ୍ମ ଯାହା ମୁଁ ତୁରନ୍ତ ସାଇନ କରିଛି। ମୁଁ ମୋର ଭଉଣୀ ଅଲ୍‌କା ଏବଂ ଏହି ଦୁନିଆର ପ୍ରିୟ ଭାଇ-ଭଉଣୀଙ୍କ ସମ୍ପର୍କ ଉପରେ ଫିଲ୍ମ ‘ରାଧା ବୃନ୍ଦାବନ’ଙ୍କୁ ଉତ୍ସର୍ଗ କରୁଛି।

Share