ଅକ୍ଷୟ କୁମାରଙ୍କୁ ମିଳିଲା ଭାରତୀୟ ନାଗରିକତା

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କୁ ଭାରତୀୟ ନାଗରିକତା ମିଳିଛି। ସୋସିଆଲ ମିଡିଆରେ ଏହି ପୋଷ୍ଟ ଶେୟାର କରି ପ୍ରଶଂସକମାନଙ୍କୁ ଏହି ଖୁସି ଖବର ଦେଇଛନ୍ତି। ଶେୟାର କରି ଅକ୍ଷୟ ଲେଖିଛନ୍ତି ‘ହୃଦୟ ଏବଂ ନାଗରିକତା, ଉଭୟ ହିନ୍ଦୁସ୍ତାନୀ’ଅକ୍ଷୟଙ୍କର ପୂର୍ବରୁ କାନାଡାର ନାଗରିକତା ଥିଲା, ଯେଉଁଥିପାଇଁ ତାଙ୍କୁ ଅନେକ ଥର ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା।

Share