ଜନ୍ମଦିନରେ ଶୁଭେଚ୍ଛା ଜଣାଇଥିବା ପ୍ରଶଂସକଙ୍କୁ ଭିନ୍ନ ଅନ୍ଦାଜରେ ଧନ୍ୟବାଦ ଦେଲେ ଅକ୍ଷୟ

ମୁମ୍ବାଇ: ବଲିଉଡ ଖିଲାଡି ବୟ ଅକ୍ଷୟ କୁମାର ୯ ସେପ୍ଟମ୍ବରରେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି । ଆଉ ଏବେ ଅକ୍ଷୟ ୫୫ ବର୍ଷ ପୂରଣ କରି ୫୬ ବର୍ଷରେ ପାଦ ରଖିଛନ୍ତି । ଜନ୍ମଦିନ ଅବସରରେ ତାଙ୍କ ପ୍ରଶଂସକ ତଥା ବନ୍ଧୁ ପରିଜନ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ତେବେ ସୋସିଆଲ ମିଡଆ ମାଧ୍ୟମରେ ଅକ୍ଷୟଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଥିଲା । ଏହାପରେ ଅକ୍ଷୟ ଏହାକୁ ନେଇ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତାହା ପୁଣି ଭିନ୍ନ ଅନ୍ଦାଜରେ । ସେ ଇନଷ୍ଟାଗ୍ରାମରେ ତାଙ୍କର ଏକ ଫଟୋ ଶେୟାର କରି ଧନ୍ୟବାଦ ଜଣାଇଛନ୍ତି । ଏହି ଫଟାରେ ସେ ଘାସ ପଡିଆରେ ଏକ ପାଚେରିକୁ ଆଉଜି ବସିଥିବା ଦେଖାଯାଉଛି ।
ଅକ୍ଷୟ ଯେଉଁ ପାଚେରିକୁ ଆଉଜି ବସିଛନ୍ତି ସେଥିରେ ଲେଖାଯାଇଛି, ଗୋଟିଏ ଜିନିଷକୁ ଆପଣ କେବେ ରିସାଇକଲ କରିପାରିବେ ନାହିଁ ତାହା ହେଉଛି ସମୟ । ଏହାକୁ ଶେୟାର କରି କ୍ୟାପଶନରେ ଅଭିନେତା ଲେଖିଛନ୍ତି । ସମୟ ଗଡି ଚାଲିଛି, ହେଲେ ଗୋଟିଏ କଥା ସବୁବେଳେ ରହିଯାଉଛି ତାହା ହେଲା କୃତଜ୍ଞତା, ଯାହା ମୁଁ ମୋର ସବୁ ଜନ୍ମଦିନରେ ଅନୁଭବ କରୁଛି । ଆପଣମାନଙ୍କ ଭଲପାଇବା ପାଇଁ ଧନ୍ୟବାଦ ।
ଅକ୍ଷୟଙ୍କ ଏହି ପୋଷ୍ଟକୁ ପ୍ରଶଂସକ ଖୁବ୍ ପସନ୍ଦ କରୁଛନ୍ତି । ଏହାସହ ତାଙ୍କୁ ବେଷ୍ଟ ଅଭିନେତା ଟ୍ୟାଗ ବି ଦେଇଛନ୍ତି । କମ୍ ଦିନ ମଧ୍ୟରେ ଅଭିନେତା ରାମ ସେତୁ, ଯୋଦ୍ଧା ଭଳି ଫିଲ୍ମରେ ନଜର ଆସିବେ ।

Share