ପ୍ରଥମେ ପାନ ମସଲା ଆଉ ଏବେ ରାମ ସେତୁ ପୋଷ୍ଟରକୁ ନେଇ ଟ୍ରୋଲ ହେଲେ ଅକ୍ଷୟ

ମୁମ୍ବାଇ: ବଲିଉଡ ଖିଲାଡି ବୟ ଅକ୍ଷୟ କୁମାର ଏବେ ପ୍ରାୟ ରହୁଛନ୍ତି ଚର୍ଚ୍ଚାରେ । ଅଭିନେତା ପ୍ରଥମେ ତମାଖୁ ବ୍ରାଣ୍ଡରର ବିଜ୍ଞାନ ଦେଇ ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ଫିଲ୍ମ ପୋଷ୍ଟରକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ ।
ନିକଟରେ ଅକ୍ଷୟ ତାଙ୍‌କ ଅପକମିଂ ଫିଲ୍ମ ‘ରାମ ସେତୁ’ର ପୋ୍‌ଟର ଶେୟାର କରିଛନ୍ତି । ଏଥର ରାମ ସେତୁର ଏହି ପୋଷ୍ଟରରେ ଅକ୍ଷୟ ହାତରେ ଏକ ଜଳନ୍ତା ମଶାଲ ଧରିଥିବା ବେଳେ ଜ୍ୟାକଲିନ ଏକ ଟର୍ଚ୍ଚ ଧରିଥିବା ଦେଖାଯାଇଛି । ପୋଷ୍ଟର ଦେଖି ଲାଗୁଛି ସମସ୍ତେ ମିଶି ଯେମିତି କିଛି କରିବା ଲକ୍ଷ୍ୟରେ ଅଛନ୍ତି । ଏଥିରେ ସମସ୍ତଙ୍କର ଇଣ୍ଟେନସ୍ ଲୁକ ଦେଖିବାକୁ ମିଳିଛି । ପୋଷ୍ଟରଟି ଶେୟାର ହେବା ପରେ ପରେ ଭାଇରାଲ ହେବାରେ ଲାଗିଛି ।
ରାମସେତୁର ପୋଷ୍ଟରକୁ ନେଇ ଟ୍ରୋଲ ହୋଇଛନ୍ତି ଅକ୍ଷୟ । ଏହାକୁ ନେଇ ଜଣେ ଦର୍ଶକ କମେଣ୍ଟରେ ଲେଖିଛନ୍ତି, ଯଦି ଜ୍ୟାକଲିନ ଟର୍ଚ୍ଚ ଧରିଛନ୍ତି ତେବେ ଅକ୍ଷୟ ମଶାଲ ଧରିବାର ଆବଶ୍ୟକତା ବି ନାହିଁ । ବ୍ୟାଟେରି ବାଲା ଟର୍ଚ୍ଚ ନ ନେଇ ଅକ୍ଷୟ ଏମିତି କାହିଁକ ନିଷ୍ୱତ୍ତି ନେଇଛନ୍ତି । ଅବଶ୍ୟ ଏହା କେବଳ ବଲିଉଡରେ ଦେଖିବାକୁ ମିଳେ ।
ରାମସେତୁ ମୁଭି ଚଳିତ ବର୍ଷ ଦୀପାବଳିରେ ରିଲିଜ୍ ହେବାର ଯୋଜନା ରହିଛି । ଏଥିରେ ଅକ୍ଷୟ୍‌ଙ୍କ ସହ ଜ୍ୟାକଲିନ ଫର୍ନାଡିଜ, ନୁସରତ ଭରୁଚା ଓ ଅନ୍ୟମାନେ ରହିଛନ୍ତି । ଅକ୍ଷୟଙ୍କ ମୁଭି ପୃଥ୍ୱିରାଜ ଏବେ ପାଇପ ଲାଇନରେ ରହିଛି ।

Share