ଅକ୍ଷୟଙ୍କୁ ମିଳିଲା ଅଫର୍‌

ଡେରାଡୁନ,୭।୨: ଆଜିକାଲି ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଫିଲ୍ମ ଶୁଟିଂ ପାଇଁ ଉତ୍ତରାଖଣ୍ଡରେ ଅଛନ୍ତି। ସେ ଡେରାଡୁନରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ଭେଟିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଏକ ଅଫର୍‌ ଦେଇଥିଲେ। ଯାହାକୁ ଗ୍ରହଣ କରିଛନ୍ତି ଖିଲାଡି କୁମାର। ଧାମି ଅକ୍ଷୟଙ୍କୁ ଉତ୍ତରାଖଣ୍ଡ ଟୋପି ପିନ୍ଧାଇବା ସହ ରାଜ୍ୟର ବ୍ରାଣ୍ଡଆମ୍ବାସାଡର ହେବାକୁ ଅଫର୍‌ ଦେଇଥିଲେ। ଅକ୍ଷୟ ଏଭଳି ଅଫର୍‌କୁ ହାତଛଡା ନ କରି ତତ୍‌କ୍ଷଣାତ୍‌ ହଁ କହିଥିଲେ। ଗୋଟିଏ ପଟେ ଅକ୍ଷୟ କୁମାର ଉତ୍ତରାଖଣ୍ଡକୁ ଫିଲ୍ମ ଶୁଟିଂ ପାଇଁ ସର୍ବୋତ୍ତମ ସ୍ଥାନ ବୋଲି ବର୍ଣ୍ଣନା କରିଥିବାବେଳେ ଅନ୍ୟପଟେ ସେ ମୁଖ୍ୟମନ୍ତ୍ରୀ ପୁଷ୍କର ଧାମିଙ୍କୁ ଆଲିଙ୍ଗନ କରି ନିର୍ବାଚନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।
ଅକ୍ଷୟ ଗତ କିଛି ଦିନ ହେବ ମସୁରୀରେ ଫିଲ୍ମର ଶୁଟିଂ କରୁଛନ୍ତି। ଅଭିନେତ୍ରୀ ରକୁଲପ୍ରୀତ ମଧ୍ୟ ତାଙ୍କ ସହ ଶୁଟିଂ ପାଇଁ ପହଞ୍ଚିଛନ୍ତି।

Share