Categories: ଜାତୀୟ

ଅକ୍ଷୟ କୁମାର ଉତ୍ତରାଖଣ୍ଡର ବ୍ରାଣ୍ଡ୍‌ ଆମ୍ବାସାଡର ହେବାକୁ ରାଜି

ନୂଆଦିଲ୍ଲୀ,୭।୨: ଉତ୍ତରାଖଣ୍ଡର ‘ବ୍ରାଣ୍ଡ୍‌ ଆମ୍ବାସାଡର’ ଭାବେ କାର୍ଯ୍ୟ କରିବାକୁ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ରାଜିହୋଇଥିବା ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସୋମବାର ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି।

ଅଭିନେତା ଅକ୍ଷୟ କୁମାର ସୋମବାର ମୁଖ୍ୟମନ୍ତ୍ରୀ ଧାମିଙ୍କୁ ଡେରାଡୁନ୍‌ସ୍ଥିତ ବାସଭବନରେ ଭେଟିଥିଲେ। ଉଭୟଙ୍କ ମଧ୍ୟରେ ଆଲୋଚନା ପରେ ଅକ୍ଷୟ ଉତ୍ତରାଖଣ୍ଡର ‘ବ୍ରାଣ୍ଡ୍‌ ଆମ୍ବାସାଡର’ ଭାବେ କାମ କରିବାକୁ ରାଜି ହୋଇଥିବା ଧାମି କହିଛନ୍ତି। ଏହି ଅବସରରେ ସେ ଅକ୍ଷୟ କୁମାରଙ୍କୁ ଏକ ଟୋପି ଉପହାର ଦେବା ସହ ଶୁଭେଚ୍ଛା ଜଣାଇଛନ୍ତି।

Share