ଆସନ୍ତା ଦୀପାବଳିରେ ରିଲିଜ୍‌ ହେବନି ଅକ୍ଷୟ କୁମାରଙ୍କ ଫିଲ୍ମ ‘ହାଉସଫୁଲ-୫’, ଜାଣନ୍ତୁ କେବେ ହେବ ରିଲିଜ୍‌

ମୁମ୍ବାଇ: ଅଭିନେତା ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ‘ହାଉସଫୁଲ’ ଅନ୍ୟତମ। ଲୋକପ୍ରିୟ ଫ୍ରାଞ୍ଚାଇଜ ‘ହାଉସଫୁଲ’ ଏହାର ପ୍ରତ୍ୟେକ ଚଳଚ୍ଚିତ୍ର ସହିତ ଦର୍ଶକଙ୍କୁ ହସାଇ ଥାଏ। ବର୍ତ୍ତମାନ ପ୍ରଶଂସକମାନେ ଉତ୍ସାହର ସହିତ ଏହି ଫ୍ରାଞ୍ଚାଇଜର ପଞ୍ଚମ ପାର୍ଟ ପାଇଁ ଅପେକ୍ଷା କରିଛନ୍ତି । ତେବେ ଫିଲ୍ମ ସମ୍ବନ୍ଧୀୟ ଅପଡେଟ ପ୍ରଶଂସକଙ୍କୁ ଚକିତ କରିପାରେ। ବାସ୍ତବରେ, ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ହାଉସଫୁଲ-୫’ ର ରିଲିଜ ତାରିଖକୁ ନିର୍ମାତା ସ୍ଥଗିତ ରଖିଛନ୍ତି।

ଅକ୍ଷୟ କୁମାର ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ କିଛି ଫଟୋ ଶେୟାର କରିଛନ୍ତି। ଏହା ସହିତ ଖିଲାଡି କୁମାର ତରୁଣ ମାନସୁଖାନୀଙ୍କ ନିର୍ଦ୍ଦେଶିତ ଫିଲ୍ମ ହାଉସଫୁଲ ୫ର ନୂଆ ରିଲିଜ୍‌ ତାରିଖ ମଧ୍ୟ ଘୋଷଣା କରିଛନ୍ତି। ପ୍ରଥମ ଫଟୋରେ ଘୋଷଣା କରାଯାଇଛି ଯେ, ଭାରତର ସବୁଠୁ ବଡ କମେଡି ଫ୍ରାଞ୍ଚାଇଜ ଜୁନ ୨୦୨୫ରେ ଫେରିବ। ଏହା ସହିତ ଦଳର ସରକାରୀ ବିବୃତ୍ତି ଅନ୍ୟ ଏକ ଫଟୋରେ ପ୍ରକାଶ ପାଇଛି। ଏହି ଫିଲ୍ମଟି ଆସନ୍ତା ଦୀପାବଳିରେ ରିଲିଜ୍‌ ହେବାର ଥିଲା। ଯାହାର ରିଲିଜ୍‌ ତାରିଖକୁ ଏବେ ସ୍ଥଗିତ ରଖାଯାଇଛି।

 

Share