ଅକ୍ଷୟ କୁମାରଙ୍କ ବଦାନ୍ୟତା

ଅଭିନେତା ଅକ୍ଷୟ କୁମାରଙ୍କ ହେୟାର ଷ୍ଟାଇଲିଷ୍ଟ ମିଲନ ଯାଦବ ନିକଟରେ ପ୍ରାଣ ହରାଇଛନ୍ତି। ଅକ୍ଷୟଙ୍କ ସହ ସେ ୧୫ ବର୍ଷ କାମ କରିଥିଲେ। ମିଲନଙ୍କ ଆକସ୍ମିକ ମୃତ୍ୟୁକୁ ସହଜେ ହଜମ କରିପାରୁନାହାନ୍ତି ଅକ୍ଷୟ କୁମାର। ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ତାଙ୍କ ପରିବାରକୁ ସହାୟତା କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଅକ୍ଷୟ ତାଙ୍କର ଏକ ଫିଲ୍ମ ସେଟରୁ ମିଲନଙ୍କ ଏକ ଫଟୋ ଅପଲୋଡ କରି ଏହାର କ୍ୟାପସନ ଦେଇଛନ୍ତି, ମୋର ଗୋଟିଏ ବି କେଶ ଯେମିତି ନଷ୍ଟ ନ ହେବ ସେଥିପ୍ରତି ତୁମେ ନିଶ୍ଚିତ ଥାଅ। ହେୟାର ଡ୍ରେସର ଭାବେ ୧୫ ବର୍ଷର ଅଧିକ ତୁମେ ମୋ ସହ ରହିଛ। ତଥାପି ବିଶ୍ୱାସ କରିପାରୁନାହିଁ ଯେ ତୁମେ ଆମକୁ ଛାଡିଛ ଯାଇଛ। ତୁମକୁ ବହୁତ ମିସ୍‌ କରିବି ମିଲାନୋ। ଓମ ଶାନ୍ତି।
ମିଲନ କର୍କଟ ରୋଗରେ ପୀଡିତ ଥିଲେ। ଦୀର୍ଘ ଦିନର ଲଢେଇ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଅକ୍ଷୟ ମିଲନଙ୍କ ପରିବାରକୁ ସବୁପ୍ରକାର ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ଅକ୍ଷୟଙ୍କୁ ନିକଟରେ କଠପୁତଲିରେ ଦେଖିବାକୁ ମିଳିଥିଲା। ଚଳିତ ମାସ ଆରମ୍ଭରେ ଏହି ଫିଲ୍ମଟି ସିଧାସଳଖ ଡିଜିଟାଲ ରିଲିଜ ହୋଇଥିଲା। ୨୦୧୮ ତାମିଲ ଫିଲ୍ମ ରତନସନର ଏହା ଏକ ହିନ୍ଦୀ ରିମେକ ଥିଲା। ହିନ୍ଦୀ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରଞ୍ଜିତ ଏମ ତିୱାରୀ ଏବଂ ଏଥିରେ ମୁଖ୍ୟ ଭୂମିକାରେ ରକୁଲପ୍ରୀତ ସିଂ ମଧ୍ୟ ଅଭିନୟ କରିଥିଲେ।
ଅକ୍ଷୟଙ୍କୁ ଆଗାମୀ ଦିନରେ ରାମ ସେତୁରେ ଦେଖିବାକୁ ମିଳିବ। ଏହା ଦଶହରାରେ ରିଲିଜ ହେବ। ଏହି ଫିଲ୍ମରେ ନୁଶରତ ଭରୁଚା, ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ମଧ୍ୟ ଅଭିନୟ କରିଛନ୍ତି।

Share