ଦର୍ଶକଙ୍କୁ ପସନ୍ଦ ଆସିଲା ଅକ୍ଷୟ-ମାନୁଷିଙ୍କ ଖୁବ୍ ସୁନ୍ଦର କେମେଷ୍ଟ୍ରି

ମୁମ୍ବାଇ: ବଲିଉଡ ମୁଭି ‘ପୃଥ୍ୱିରାଜ’ର ଟ୍ରେଲର ରିଲିଜ୍ ହୋଇ ସାରିଛି । ଏବେ ଫିଲ୍ମକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ବଢି ଯାଇଛି । ଟ୍ରେଲରରେ ଯାହା ଦେଖାଯାଇଛି ଅକ୍ଷୟ କୁମାର ଓ ମାନୁଷି ଛିଲ୍ଲରଙ୍କ ଯୋଡି ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ଏବେ ଅକ୍ଷୟ ତାଙ୍କ ଅଫିସିୟାଲ ଇନଷ୍ଟାଗ୍ରାମରେ କିଛି ଫଟୋ ଶେୟାର କରିଛନ୍ତି ସେଥିରେ ବି ଦର୍ଶକେ ଏହି ଯୋଡିକୁ ପସନ୍ଦ କରିଛନ୍ତି । ଫଟୋରେ ଅକ୍ଷୟ ମାନୁଷିଙ୍କ ସହ ରୋମାଣ୍ଟିକ ପୋଜରେ ନଜର ଆସିଛନ୍ତି ।
ଅକ୍ଷୟଙ୍କ ଦ୍ୱାରା ଶେୟାର କରାଯାଇଥିବା ଫଟୋରେ ମାନୁଷି ଲାଇଟ କଲର ଏକ ଲେହେଙ୍ଗାରେ ଖୁବ୍ ସୁନ୍ଦର ଲାଗୁଛନ୍ତି । ଏହାସହ ସେ ମ୍ୟାଚିଙ୍ଗ ନେଟ ଦୁପଟ୍ଟା କ୍ୟାରି କରିଛନ୍ତି । ଅକ୍ଷୟ ବ୍ଲାକ କଲର କୁର୍ତ୍ତା ସହ ଧୋତି ପିନ୍ଧିଥିବା ବେଳେ ଏମାନଙ୍କ ଯୋଡିକୁ ଦର୍ଶକେ ବଡ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ଅକ୍ଷୟ ତାଙ୍କ ଲୁକକୁ ମ୍ୟାଚିଂ ଜୋତା ସହ କମ୍ପ୍ଲିଟ କରିଛନ୍ତି । ଅକ୍ଷୟ ମାନୁଷିଙ୍କ ଲୁୁକକୁ ସାଧାରଣ ଦର୍ଶକେ କାହିଁକି ସେଲିବ୍ରିଟିମାନେ ବି ପ୍ରଶଂସା କରୁଛନ୍ତି ।
ଫିଲ୍ମ ‘ପୃଥ୍ୱିରାଜ’ରେ ଅକ୍ଷୟ ପୃଥ୍ୱିରାଜ ଚୌହାନ ଭୂମିକାରେ ନଜର ଆସୁଥିବା ବେଳେ ମାନୁଷି ଛିଲ୍ଲର ସଂୟୋଗିତା ଭୂମିକାରେ ନଜର ଆସିବେ । ଚନ୍ଦ୍ରକାନ୍ତ ଦ୍ୱିବେଦି ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ଫିଲ୍ମରେ ସୋନୁ ସୁଦ, ସଞ୍ଜୟ ଦତ୍ତ ଓ ଆଶୁତୋଷ ରାଣା ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି । ଫିଲ୍ମ ‘ପୃଥ୍ୱିରାଜ’ ଜୁନ ୩ରେ ରିଲିଜ୍ ହେବ ।

Share