‘ରାମ ସେତୁ’ର ଫାଷ୍ଟ ଲୁକ୍ ଶେୟାର କଲେ ଅକ୍ଷୟ

ମୁମ୍ବାଇ: ବଲିଉଡ୍ ଆଇକନ୍ ଅକ୍ଷୟ କୁମାର ତାଙ୍କ ଅପ୍‌କମିଂ ଫିଲ୍ମ ସୂଚିରେ ଆଉ ଏକ ଫିଲ୍ମ ଯୋଡି ଦେଇଛନ୍ତି । ‘ରାମ ସେତୁ’ ନାମକ ଏହି ଫିଲ୍ମର ଫାଷ୍ଟ ଲୁକ୍ ଏବେ ଶେୟାର କରିଛନ୍ତି ଅକ୍ଷୟ । ଏହାସହ ଏହି ଫିଲ୍ମ ଅଗାମୀ ପିଢିକୁ ଯୋଡି ରଖିବ ବୋଲି ସେ କହିଛନ୍ତି । ସେ ତାଙ୍କ ଟୁଇଟରରେ ଲେଖିଛନ୍ତି ଚଳିତ ବର୍ଷ ଦୀପାବଳିରେ ସମସ୍ତ ଭାରତୀୟଙ୍କ ଚେତନାରେ ଏକ ସେତୁ ନିର୍ମାଣ କରି ରାମଙ୍କ ଆଦର୍ଶକୁ ଜୀବିତ ରଖିବାକୁ ପ୍ରୟାସ କରାଯାଇଛି । ଯାହା ଆଗାମୀ ପିଡିକୁ ଯୋଡି ରଖିବାରେ ସହାୟକ ହେବ । ରାମ ସେତୁ ଟିମ୍ ପକ୍ଷରୁ ସେ ଦେଶବାସୀଙ୍କୁ ଦୀପାବଳି ଶୁଭେଚ୍ଛା ଜଣାଇଛନ୍ତି । ‘ରାମ ସେତୁ’ ଫିଲ୍ମର ଫାଷ୍ଟ ଲୁକ୍‌ରେ ଭଗବାନ ରାମଙ୍କ ସହ ଅକ୍ଷୟଙ୍କ ଛବି ଦେଖିବାକୁ ମିଳିଛି ।

Share