ଗଣମାଧ୍ୟମ ସାମ୍ନାକୁ ଆସିବାକୁ ଚାହୁଁ ନାହାନ୍ତି ଅକ୍ଷୟଙ୍କ ପୁଅ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ମନଖୋଲି ତାଙ୍କ ପୁଅକଥା କଥା ହୋଇଛନ୍ତି। ସେ କହିଛନ୍ତି ତାଙ୍କ ପୁଅ ଆରବ ଏବେ ଗଣମାଧ୍ୟମଠାରୁ ସମ୍ପୂର୍ଣ୍ଣ ଭାବେ ଦୂରେଇ ରହି ନିଜର ଏକ ପରିଚୟ ସୃଷ୍ଟି କରିବାକୁ ଚାହୁଁଛନ୍ତି। ଆରବଙ୍କୁ ଏବେ ମାତ୍ର ୧୮ ବର୍ଷ। ତେବେ ଅକ୍ଷୟ ଓ ଟ୍ବିଙ୍କିଲଙ୍କର ଆଉ ଏକ ୭ ବର୍ଷର ଝିଅ ନିତାରା ବି ରହିଛନ୍ତି। ଅକ୍ଷୟଙ୍କ ସବୁଠାରୁ ଲୋକପ୍ରିୟ ଶୋ’ ମ୍ୟାନ ଭର୍ସେସ ଓ୍ବାଲଡକୁ ଏବେ ସମସ୍ତଙ୍କର ଅପେକ୍ଷା। ତେବେ ଡିସକଭରି ଚ୍ୟାନେଲର କାର୍ଯ୍ୟକ୍ରମ ‘ଇନ ଟୁ ଦି ଓ୍ବାଇଲ୍ଡ ଓ୍ବିଥ୍‌ ବେୟର ଗ୍ରିଲ୍ସ’ର ଆଗାମୀ ଏପିସୋଡରେ ବେୟରଙ୍କ ସହ କଥାବାର୍ତ୍ତା ସମୟରେ ଅକ୍ଷୟ କହିଥିଲେ ମୋ ପୁଅ ସବୁଠାରୁ ଅଲଗା। ସେ କେତେବେଳେ ମୋ ପରିଚୟ ନେଇ ବଞ୍ଚିବାକୁ ଚାହିଁ ନ ଥାଏ। କାରଣ ସେ ନିଜର ପରିଚୟ ସୃଷ୍ଟି କରିବାକୁ ଆଶାବାଦୀ।

Share