ପୁଣି ହୃଦୟ ଜିତିଲେ ଅକ୍ଷୟ କୁମାର

ମୁମ୍ବାଇ: ବଲିଉଡ ଖିଲାଡି ବୟ ଅକ୍ଷୟ କୁମାର ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ଅଭିନୟ ବ୍ୟତୀତ ଦେଶ ବିଦେଶର କିଛି ପ୍ରସଙ୍ଗକୁ ନେଇ ବି ସେ ନିଜର ରାୟ ଦେଇଥାଆନ୍ତି । ତେବେ ୨୦୦୮ରେ ୨୬/୧୧ ମୁମ୍ବାଇ ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଏବେ ସେ ଆସିଛନ୍ତି ଚର୍ଚ୍ଚାକୁ । ଟୁଇଟରରେ ସେ ମୁମ୍ବାଇ ଆକ୍ରମଣରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କର ଏକ ପୋଷ୍ଟର ଶେୟାର କରି ଲେଖିଛନ୍ତି, ନିର୍ଦୋଷ ପୀଡ଼ିତ ଓ ମୁମ୍ବାଇ ଟେରର ଆଟାକର ଏହି ବାହାଦୂରଙ୍କୁ ମନେ ପକାଉଛି । ଯେଉଁମାନେ ୧୪ ବର୍ଷ ପୂର୍ବେ ୨୬/୧୧ରେ ନିଜ ଜୀବନ ହରାଇଥିଲେ । ‘ନେଭର ଫର୍ଗେଟ’ ଅକ୍ଷୟଙ୍କର ଏହି ପୋଷ୍ଟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବା ସହ ତାଙ୍କ ପ୍ରଶଂସକମାନେ ବି ଏହା ଉପରେ ପ୍ରତିକ୍ରିୟା ଦେଉଛନ୍ତି ।
ସୂଚନାଯୋଗ୍ୟ, ୨୬ ନଭେମ୍ବର ୨୦୦୮ରେ ମୁମ୍ବାଇରେ ଏହି ଆକ୍ରମଣ ୪ ଦିନ ଧରି ଚାଲିଥିଲା ଓ ଏଥିରେ ୨୦ ସୁରକ୍ଷାକର୍ମୀଙ୍କ ଓ ୨୬ ବିଦେଶୀ ନାଗରିକଙ୍କ ସହ ୧୭୪ ଜଣଙ୍କ ମୃତ୍ୟୁ ହେବା ସହ ୩୦୦ରୁ ଅଧିକ ଆହତ ହୋଇଥିଲେ ।

Share