କଳା ନିର୍ଦ୍ଦେଶକ ନିତିନ ଦେଶାଇ ଆତ୍ମହତ୍ୟାଙ୍କ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଆତ୍ମହତ୍ୟା ଖବର ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଅଭିନେତା ଅକ୍ଷୟ କୁମାର। ତାଙ୍କ ଫିଲ୍ମ ‘ଓଏମଜି ୨’ର ଟ୍ରେଲର ଆଜି ଲଞ୍ଚ ହେବାର ଥିଲା କିନ୍ତୁ ସେ ଏହାକୁ ସ୍ଥଗିତ ରଖିଛନ୍ତି। ସେ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି- ‘ନିତିନ ଦେଶାଇଙ୍କ ଦେହାନ୍ତ ଅତ୍ୟନ୍ତ ଦୁଃଖଦାୟକ। ସେ ପ୍ରଡକ୍ସନ ଡିଜାଇନ୍ର କିମ୍ବଦନ୍ତୀ ଏବଂ ଆମ ସିନେମା ଜଗତର ଏକ ବଡ଼ ଅଂଶ। ସେ ମୋର ଅନେକ ଚଳଚ୍ଚିତ୍ରରେ କାମ କରିଥିଲେ।ଏହା ଏକ ବଡ କ୍ଷତି। ତାଙ୍କ ସମ୍ମାନରେ, ଆମେ ଆଜି ଓଏମ୍ଜି-୨ର ଟ୍ରେଲର ରିଲିଜ କରୁନାହୁଁ। ଆସନ୍ତାକାଲି ସକାଳ ୧୧ଟାରେ ଏହାକୁ ଲଞ୍ଚ ହେବ।
ଏହି ଫିଲ୍ମଟି ଅଗଷ୍ଟ ୧୧ରେ ମୁକ୍ତିଲାଭ କରିବ। ଭେଟେରାନ୍ ପଙ୍କଜ ତ୍ରିପାଠୀ, ଗୋବିନ୍ଦ ନାମଦେବ ଅଭିନୟ କରିଥିବା ଏହି ଫିଲ୍ମରେ ‘ରାମାୟଣ’ ଧାରାବାହିକର ଅରୁଣ ଗୋଭିଲଙ୍କୁ ରାମ ଭୂମିକାରେ ଦେଖିବାକୁ ମିଳିବ। ଅଭିନେତ୍ରୀ ୟାମୀ ଗୌତମ ଏଥିରେ କାମିନୀ ମାହେଶ୍ୱରୀ ଭୂମିକାରେ ନଜର ଆସିବେ।