ରାଜନୀତିରେ ଏଣ୍ଟ୍ରି କରିବେ ଅକ୍ଷୟ! ଜାଣନ୍ତୁ କ’ଣ କହିଲେ…

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଅଭିନୟ ଏବଂ ଲୁକ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଅନେକ ଦର୍ଶକ ତାଙ୍କ ଫିଲ୍ମ ଦେଖିବାକୁ ଭଲ ପାଆନ୍ତି। ନିକଟରେ ଅକ୍ଷୟଙ୍କ ଫିଲ୍ମ ‘ବଚ୍ଚନ ପାଣ୍ଡେ’ ଏବଂ ‘ସମ୍ରାଟ ପୃଥ୍ବୀରାଜ’ ରିଲିଜ୍‌ ହୋଇଥିଲା। ହେଲେ ଫିଲ୍ମଟି ବକ୍ସ ଅଫିସରେ ସେତେଟା ଭଲ ଆୟ କରିପାରି ନ ଥିଲା। ବର୍ତ୍ତମାନ ଅକ୍ଷୟ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଟୁଇଟରରେ ସେ ବିଭିନ୍ନ ପ୍ରସଙ୍ଗ ଉପରେ ନିଜର ମତ ରଖନ୍ତି । ଅକ୍ଷୟ ବର୍ତ୍ତମାନ ଲଣ୍ଡନରେ ଅଛନ୍ତି। ଏକ କାର୍ଯ୍ୟକ୍ରମରେ ତାଙ୍କୁ ରାଜନୀତିରେ ଏଣ୍ଟ୍ରି କରିବାକୁ ନେଇ ପ୍ରଶ୍ନ କରାଯାଇଥିଲା। ଉତ୍ତରରେ ସେ କହିଛନ୍ତି, ‘ମୁଁ ଫିଲ୍ମ ତିଆରି କରି ବହୁତ ଖୁସି । ଜଣେ ଅଭିନେତା ଭାବରେ, ମୁଁ ସାମାଜିକ ସମସ୍ୟା ଉଠାଇବାକୁ ଚେଷ୍ଟା କରେ । ମୁଁ ୧୫୦ ଟି ଫିଲ୍ମ ପ୍ରଡ୍ୟୁସ କରିଛି, ଏବଂ ମୋ ହୃଦୟର ସବୁଠୁ ନିକଟତମ ହେଉଛି ଫିଲ୍ମ‘ରକ୍ଷା ବନ୍ଧନ’ । ମୁଁ କମର୍ଶିଆଲ ଫିଲ୍ମ ନିର୍ମାଣ କରେ, ବେଳେବେଳେ ସାମାଜିକ ପ୍ରସଙ୍ଗରେ ଫିଲ୍ମ କରେ। ଏହାପୂର୍ବରୁ, ୨୦୧୯ ରେ ଏକ ଇଭେଣ୍ଟରେ ରାଜନୀତିରେ ଯୋଗ ଦେବା ପ୍ରଶ୍ନରେ ଅକ୍ଷୟ କହିଥିଲେ, ‘ନା, କେବେ ବି ନୁହେଁ, ମୁଁ ଖୁସି ରହିବାକୁ ଚାହେଁ। ମୁଁ ଫିଲ୍ମକୁ ଭଲ ପାଏ।’

Share