ରେସ୍‌ ଲଗାଇଲେ ଅକ୍ଷୟ

ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାର ତାଙ୍କ ଫିଟ୍‌ନେସ୍‌ ପ୍ରତି ଖୁବ୍‌ ଧ୍ୟାନ ଦିଅନ୍ତି। ସେ ଭୋର୍‌ ୪ଟାରୁ ଉଠନ୍ତି। ତା’ପରେ ଜିମ୍‌ ଯାଆନ୍ତି। ଆଜି ଅର୍ଥାତ୍‌ ରବିବାର ସକାଳେ ଅକ୍ଷୟ ତାଙ୍କ ପ୍ରଶଂସକ ଏବଂ ମୁମ୍ବାଇ ପୋଲିସ ସହିତ ଆଇକନିକ ଲ୍ୟାଣ୍ଡମାର୍କ ମେରାଇନ ଡ୍ରାଇଭ୍‌ ରାସ୍ତାରେ ଦୌଡୁଥିବାର ନଜର ଆସିଥିଲେ।

ମୁମ୍ବାଇ ପୋଲିସର ଏକ କାର୍ଯ୍ୟକ୍ରମରେ ଅକ୍ଷୟ ଯୋଗ ଦେଇଥିଲେ। ଇଭେଣ୍ଟ ସମୟରେ ସେ ସାଇକେଲ ଚଳାଇ ଲୋକଙ୍କୁ ଫିଟ୍‌ନେସ୍‌ ବିଷୟରେ ଅବଗତ କରାଇଥିଲେ। ଏହି ସମୟରେ ସେ ଏକ ଗାଡ଼ିକୁ ପରୀକ୍ଷା କରିଥିଲେ, ଯାହା ମୁମ୍ବାଇ ପୋଲିସ ଏହି ଅଞ୍ଚଳରେ ପାଟ୍ରୋଲିଂ ସମୟରେ ବ୍ୟବହାର କରିଥାଏ।

ଅକ୍ଷୟ ଏକ କଳା ଟି-ଶର୍ଟ, ଏବଂ ସ୍ପୋର୍ଟସ ଜୋତା ପିନ୍ଧିଥିଲେ। ତାଙ୍କ ହାତରେ ଏକ ହେଲମେଟ୍‌ ଥିଲା। ସେ ଚାଲୁଥିବା ବେଳେ ତାଙ୍କ ସୁରକ୍ଷା ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଥିଲା। ସୁରକ୍ଷା ପରିସରରେ ରହି ନିଜର ରେସ୍‌ ଶେଷ କରିଥିଲେ ଖିଲାଡି ବୟ।

Share