‘ଚନ୍ଦ୍ରୟାନ-୩’ ଶୁଭାରମ୍ଭରେ ପୁରୁଣା ଟୁଇଟ୍‌ ଶେୟାର କଲେ ଅକ୍ଷୟ କୁମାର, ଲେଖିଲେ ଏମିତି କିଛି…

ମୁମ୍ବାଇ: ଆଜି ଦେଶ ପାଇଁ ଗର୍ବର ବିଷୟ, କାରଣ କିଛି ଘଣ୍ଟା ମଧ୍ୟରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ‘ଚନ୍ଦ୍ରୟାନ-୩’ ଲଞ୍ଚ କରିବ। ସାଧାରଣ ଜନତାଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଏହି ମିଶନ ପାଇଁ ବହୁତ ଖୁସି। ୨୦୧୯ରେ ଯେତେବେଳେ ‘ଚନ୍ଦ୍ରୟାନ-୨’ର ମିଶନ ବିଫଳ ହେଲା, ଏବେ ଅକ୍ଷୟ କୁମାର ‘ଚନ୍ଦ୍ରୟାନ-୩’ର ଶୁଭାରମ୍ଭକୁ ନେଇ ଏକ ପୁରୁଣା ଟୁଇଟ୍‌ ଶେୟାର କରିଛନ୍ତି। ସେ ଲେଖିଛନ୍ତି, ବର୍ତ୍ତମାନ ‘ଚନ୍ଦ୍ରୟାନ-୩’ ଲଞ୍ଚ ହେବାକୁ ଯାଉଛି।

ଆଜି ଅର୍ଥାତ୍‌ ଜୁଲାଇ ୧୪ରେ ଅକ୍ଷୟ କୁମାର ତାଙ୍କର ୪ ବର୍ଷ ପୁରୁଣା ଟୁଇଟ୍‌କୁ ରିଟୁଇଟ୍‌ କରି କ୍ୟାପଶନ ଲେଖିଛନ୍ତି, ‘ବର୍ତ୍ତମାନ ସମୟ ଆସିଛି। ଆମର ସମସ୍ତ ବୈଜ୍ଞାନିକଙ୍କୁ ଅନେକ ଅନେକ ଅଭିନନ୍ଦନ। ‘ଚନ୍ଦ୍ରୟାନ-୩’ପାଇଁ ଏକ କୋଟି କୋଟି ହୃଦୟ ପ୍ରାର୍ଥନା କରୁଛନ୍ତି’। ଏହା ସହିତ ଅଭିନେତା ଇସ୍ରୋକୁ ମଧ୍ୟ ଟ୍ୟାଗ୍‌ କରିଛନ୍ତି।

୨୦୧୯ରେ ଅକ୍ଷୟ କୁମାର‘ଚନ୍ଦ୍ରୟାନ-୨’ର ବିଫଳତା ଉପରେ ଏକ ଟୁଇଟ୍‌ କରିଥିଲେ। ଯେଉଁଥିରେ ସେ ଲେଖିଥିଲେ, ‘ବିନା ପରୀକ୍ଷଣରେ କୌଣସି ବିଜ୍ଞାନ ନାହିଁ। ବେଳେବେଳେ ଆମେ ସଫଳ ହୋଇଥାଉ, ବେଳେବେଳେ ଆମେ ଶିଖୁ। ଇସ୍ରୋ ଉଜ୍ଜ୍ୱଳ ମନକୁ ନମସ୍କାର। ଆମେ ଗର୍ବିତ ଏବଂ ଆତ୍ମବିଶ୍ୱାସୀ ଯେ, ‘ଚନ୍ଦ୍ରୟାନ-୨’ ଖୁବ୍‌ଶୀଘ୍ର ‘ଚନ୍ଦ୍ରୟାନ-୩’ପାଇଁ ରାସ୍ତା ପ୍ରସ୍ତୁତ କରିବ। ଆମେ ପୁଣି ଉଠି ଠିଆ ହେବା।

Share