ସେପ୍ଟେମ୍ବରରେ ହେବ ‘ଇନ୍‌ଟୁ ଦ ଓ୍ବାଇଲ୍ଡ’ର ପ୍ରିମିୟର

ମୁମ୍ବାଇ: ଡିସକଭରି ଚ୍ୟାନେଲର ଲୋକପ୍ରିୟ ଶୋ’ ‘Into The Wild with Bear Grylls’କୁ ଅପେକ୍ଷା ରଖିଛନ୍ତି ଦର୍ଶକେ। ତେବେ ଦର୍ଶକଙ୍କର ଉତ୍ସୁକତାକୁ କମ୍‌ କରିବାକୁ ବଲିଉଡ୍‌ ନାୟକ ଅକ୍ଷୟ କୁମାର ଶୋ’ର ପ୍ରିମିୟର ଡେଟ୍‌ ଘୋଷଣା କରିଛନ୍ତି। ଅକ୍ଷୟ କୁମାର ବିୟର ଗ୍ରିଲ୍ସଙ୍କ ସହ ଜଙ୍ଗଲରେ ବୁଲୁଥିବା ଅବସ୍ଥାରେ ଶୋ’ର ଟ୍ରେଲରକୁ ଦେଖାଇଛନ୍ତି। ୧୦ ଦିନ ପରେ ଡିସକଭରି ଚ୍ୟାନେଲରେ ଅର୍ଥାତ୍‌ ୧୧ ସେପ୍ଟେମ୍ବରରେ ଏହାର ପ୍ରିମିୟର ହେବ। ଏହାପରେ ସେପ୍ଟେମ୍ବର ୧୪ରେ ଏହାକୁ ଟେଲିଭିଜନରେ ପ୍ରସାରଣ କରାଯିବ। ଭିଡିଓ ଶେୟାର କରିବା ସହ ଅକ୍ଷୟ ବିୟରଙ୍କ ସହ ଏକ ଅନୁଭୁତି କଥା କହିଛନ୍ତି। ଅକ୍ଷୟ ଲେଖିଛନ୍ତି ଉକ୍ତ ଶୋ’ର ପ୍ରଥମ ଚ୍ୟାଲେଞ୍ଜକୁ ମୁଁ କଳ୍ପନା କରିଥିଲି। ହେଲେ ବିୟର ମୋତେ ଏଲିଫ୍ୟାଣ୍ଟ ପୁପୁ ଚା’ରେ ବିଲକୁଲ ଚମକାଇ ଦେଇଥିଲେ। ଟ୍ରେଲରରେ ଏହି ସିନ୍‌ ରହିଛି। ଏମିତିତ ଅକ୍ଷୟ କୁମାର ବଲିଉଡ୍‌ର ଫିଟ୍‌ ଅଭିନେତାଙ୍କ ମଧ୍ୟରୁ ଜଣେ। ତାଙ୍କ ଫିଟନେସ୍‌ ସମ୍ପର୍କରେ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ। ଏମିତିବି ତାଙ୍କୁ ବଲିଉଡ୍‌ର ଖିଲାଡି ବୟ ମଧ୍ୟ କୁହାଯାଇଥାଏ। ଅବଶ୍ୟ ‘Into The Wild with Bear Grylls’ ଶୋ’ରେ ଅକ୍ଷୟଙ୍କୁ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି। ଏହି ଅନ୍ତର୍ଜାତୀୟ ଶୋ’ରେ ନଜର ଆସିବାରେ ଅକ୍ଷୟ ହେଉଛନ୍ତି ତୃତୀୟ ଭାରତୀୟ। ଏହାପୂର୍ବରୁ ଏହି ଶୋ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତଙ୍କୁ ଦେଖିବାକୁ ମିଳିଥିଲା।

Share