ଏତିକି କୋଟି ଟଙ୍କାରେ ଆପାର୍ଟମେଣ୍ଟ ବିକିଲେ ଅକ୍ଷୟ କୁମାର, ଦାମ୍‌ ଜାଣିଲେ…

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ଅଭିନୟ ଏବଂ ଲୁକ୍‌କୁ ନେଇ ଚର୍ଚ୍ଚାରେ ରୁହନ୍ତି। ନିକଟରେ ତାଙ୍କର ଫିଲ୍ମ ‘ବଚ୍ଚନ ପାଣ୍ଡେ’ରିଲିଜ୍‌ ହୋଇଥିଲା। ଯାହା ଆଶାନୁଯାୟୀ ଭଲ ପ୍ରଦର୍ଶନ କରି ନଥିଲା। ଏହାରି ମଧ୍ୟରେ ଏକ ଖବର ସାମ୍ନାକୁ ଆସିଛି ଯେ, ଅକ୍ଷୟ ମୁମ୍ବାଇର ଏକ ଆପାର୍ଟମେଣ୍ଟ ବିକ୍ରି କରିଛନ୍ତି। ଯାହାର ମୂଲ୍ୟ ୬ କୋଟି ଟଙ୍କା ରହିଛି। ତେବେ ଏହି ଆପାର୍ଟମେଣ୍ଟକୁ ଅରମାନ ମଲିକ ଏବଂ ଅମାଲ ମଲିକଙ୍କ ପିତା ଡବୁ ମଲିକ କିଣିଛନ୍ତି।ଏହି ଆପାର୍ଟମେଣ୍ଟଟି ୧,୨୮୧ ବର୍ଗଫୁଟ ଏବଂ ୫୯ ବର୍ଗଫୁଟର ଏକ ବାଲକୋନି ଏରିଆ ଅଛି। ଏକ ରିପୋର୍ଟ ଅନୁଯାୟୀ, ଅନ୍ଧେରି ୱେଷ୍ଟ ବ୍ୟତୀତ ଅକ୍ଷୟ କୁମାରଙ୍କର ବୋରିଭାଲୀ, ମୁଲୁନ୍ଦ ଏବଂ ଜୁହୁରେ ମଧ୍ୟ କିଛି ସମ୍ପତ୍ତି ରହିଛି।

Share