ଅକ୍ଷୟଙ୍କ ଫିଲ୍ମକୁ କୃଷକଙ୍କ ବିରୋଧ

ବମ୍ବେ: ରିଲିଜ ପରେ ଚର୍ଚ୍ଚାରେ ରହିଛି ଅକ୍ଷୟ କୁମାରଙ୍କ ଫିଲ୍ମ ‘ବେଲ ବଟମ୍‌’। ଦର୍ଶକଙ୍କ ସହ ସମୀକ୍ଷକମାନେ ମଧ୍ୟ ଫିଲ୍ମକୁ ପସନ୍ଦ କରିଛନ୍ତି। ଏହା ମଧ୍ୟ ମହାମାରୀ କରୋନା ପରେ ସିନେମାହଲରେ ରିଲିଜ ହୋଇଥିବା ପ୍ରଥମ ଫିଲ୍ମ ପାଲଟିଛି। ଚାରିଆଡୁ ପ୍ରଶଂସିତ ହେଉଥିବା ଏହି ଫିଲ୍ମ ବିରୋଧରେ କୃଷକମାନେ ଆନ୍ଦୋଳନ କରିବା ଆରମ୍ଭ କରିଦେଲେଣି।

ଅଭିନେତାଙ୍କ କୃଷକ ଆନ୍ଦୋଳନ ବିରୋଧୀ ବୟାନକୁ ନେଇ ପଞ୍ଜାବର ବିଭିନ୍ନ ସିନେମାହଲ ବାହାରେ ଧାରଣା ଦିଆଯାଉଛି। କୃଷକମାନେ ଲଗାତାର ଭାବେ ଫିଲ୍ମ ରିଲିଜର ବିରୋଧ କରିବା ସହ ଦର୍ଶକମାନଙ୍କୁ ‘ଲାଜ ତ ଟିକେ କର’ ବୋଲି ସ୍ଲୋଗାନ ଦେଉଛନ୍ତି। ଏପରିକି ସିନେମାହଲ ମାଲିକମାନେ ଆସନ୍ତା ଶନିବାର ଯାଏ ଫିଲ୍ମ ନ ଚଲାଇବା ପାଇଁ କହି ଧମକ ଦେଇଛନ୍ତି।

କହିରଖୁଛୁ, ବେଲ ବଟମ ନାନାଦି କଟକଣା ମଧ୍ୟରେ ରିଲିଜ କରାଯାଇଛି। ଟିକା ଲଗାଇଥିଲେ ହିଁ ଜଣେ ବ୍ୟକ୍ତି ଏହାକୁ ଦେଖିପାରିବ ବୋଲି କୁହାଯାଇଛି। ତେବେ ଫିଲ୍ମ ରିଲିଜକୁ ସାଉଦି ଆରବ, କୁଏତ, କତର ଆଦିରେ ବ୍ୟାନ କରାଯାଇଛି।

Share