ବଦଳିଲା ଖିଲାଡି ବୟଙ୍କ ଫିଲ୍ମର ନାଁ

ମୁମ୍ବାଇ: ଖିଲାଡି କୁମାର ଅକ୍ଷୟ କୁମାରଙ୍କ ଦ୍ୱାରା ଅଭିନୀତ ଫିଲ୍ମ ‘ପୃଥ୍ବୀରାଜ’ର ନାମ ପରିବର୍ତ୍ତନ କରାଯାଇ ‘ସମ୍ରାଟ ପୃଥ୍ବୀରାଜ’ ରଖାଯାଇଛି। ଫିଲ୍ମର ନାମକୁ ନେଇ ଶ୍ରୀ ରାଜପୁତ କର୍ନି ଶେନା ପକ୍ଷରୁ କୋର୍ଟରେ ଲୋକମଙ୍ଗଳକାରୀ ଅଭିଯୋଗ(ପିଆଇଏଲ୍‌) ପତ୍ର ଦାଖଲ ପରେ ଏନେଇ ନିଷ୍ପତ୍ତି ନିଆଯାଇଛି। ଅଭିଯୋଗ ଦାଖଲ ପରେ ୟଶ୍‌ରାଜ ଫିଲ୍ମ ପ୍ରଯୋଜନା ସଂସ୍ଥାକୁ ନୋଟିସ୍‌ ଜାରି କରାଯାଇଥିଲା। ଫିଲ୍ମ ନିର୍ମାଣକାରୀ ସଂସ୍ଥା ବହୁ ବିଚାର ବିମର୍ଶ କଲା ପରେ ଫିଲ୍ମର ନାମ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନେଇଥିଲେ। ଫିଲ୍ମର ନାମ ‘ପୃଥ୍ବୀରାଜ’ ରଖାଯିବା କାରଣରୁ ରାଜପୁତ ସମାଜ ପ୍ରଭାବିତ ହୋଇଛନ୍ତି। ସେଥିପାଇଁ ଫିଲ୍ମର ନାମ ବଦଳାଯିବା ଆବଶ୍ୟକ ବୋଲି କର୍ନି ସେନା ପକ୍ଷରୁ ମାମଲା ଲଢୁଥିବା ଓକିଲ ରାଘବେନ୍ଦ୍ର ମେହରୋତ୍ରା କହିଥିଲେ। ଅକ୍ଷୟକୁମାର ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ମାନୁଷୀ ଛିଲର ତାଙ୍କ ଅପୋଜିଟ୍‌ରେ ଅଭିନୟ କରିବେ। ମାନୁଷୀଙ୍କ ଏହା ବଲିଉଡ୍‌ ଡେବ୍ୟୁ ଫିଲ୍ମ ହୋଇଥିବା ବେଳେ ଆସନ୍ତା ଜୁନ୍‌ ୩ରେ ଫିଲ୍ମଟି ମୁକ୍ତିଲାଭ କରିବ।

Share