ଅକ୍ଷୟଙ୍କ ପ୍ରଥମ ମରାଠି ଫିଲ୍ମର ଶୁଟିଂ ଆରମ୍ଭ

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ଏବେ ତାଙ୍କ ମରାଠି ଫିଲ୍ମକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ । ଅକ୍ଷୟ ଏହି ଫିଲ୍ମରେ ଛତ୍ରପତି ଶିବାଜୀ ଭୂମିକାରେ ଅଭିନୟ କରିଛନ୍ତି । ଏହାର ଶୁଟିଂ ଆଜିଠାରୁ ଅର୍ଥାତ୍ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ଏହା ଅକ୍ଷୟ କୁମାରଙ୍କ ପ୍ରଥମ ମରାଠି ମୁଭି । ଅଭିନେତା ଏକ ଖାସ୍ ପୋଷ୍ଟ ଶେୟାର କରି ଫିଲ୍ମର ଶୁଟିଂ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି । ଏହାସହ ସେ ଏକ ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ ସେ ଛତ୍ରପତି ଶିବାଜୀ ମହାରାଜଙ୍କ ଭୂମିକାରେ ନଜର ଆସିଛନ୍ତି । ଅକ୍ଷୟ ତାଙ୍କ ସୋସିଆଲ ମିଡିଆରେ ଏହାକୁ ଶେୟାର କରି ଫିଲ୍ମର ଶୁଟଂ ଆରମ୍ଭ ହୋଇଥିବା କହିଛନ୍ତି । ଅଭିନେତା ଛତ୍ରପତି ଶିବାଜୀ ମହାରାଜଙ୍କ ଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ଅକ୍ଷୟ କୁମାରଙ୍କ ଝଲକ ଦେଖିବାକୁ ମିଳିଛି । ଅଭିନେତା ଲେଖିଛନ୍ତିି, ଆଜି ମରାଠି ଫିଲ୍ମ ‘ବେଡାତ ମରାଠେ ବୀର ଦୌଡଲେ’ ସହ ଶୁଟିଂ ଆରମ୍ଭ କରୁଛି । ଯେଉଁଥିରେ ଶିବାଜୀ ମହାରାଜଙ୍କ ଚରିତ୍ରରେ ଅଭିନୟ କରିବା ମୋ ପାଇଁ ସୌଭାଗ୍ୟର କଥା । ତାଙ୍କ ଜୀବନୀରୁ ପ୍ରେରଣା ନେଇ ଓ ମାଆ ଜିଜାଉଙ୍କ ଆଶୀର୍ବାଦରୁ ମୁଁ ପ୍ରୟାସ କରିବି । ଆଶୀର୍ବାଦ ଦେଉଥିବେ ।
ଫିଲ୍ମର ଶୁଟିଂ ଆରମ୍ଭ ହେଇଥିବା ସୂଚନା ଦେବା ପେର ଅକ୍ଷୟ କୁମାର ଆଉ ଏକ ପୋଷ୍ଟ କଲେ । ଯେଉଁଥିରେ ସେ ଶିବାଜୀ ମହାରାଜ ଭୂମିକାରେ ନଜର ଆସିବା ସହ ସାମ୍ନାକୁ ଚାଲି ଚାଲି ଯାଉଛନ୍ତି । ଏହି ଭିଡିଓକୁ ଶେୟାର କରି ଅଭିନେତା ଲେଖିଛନ୍ତି, ଜୟ ଭବାନୀ, ଜୟ ଶିବାଜୀ । ମହେଶ ମାଞ୍ଜରେକରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମକୁ ୱସିମ କ୍ୟୁରେଶି ପ୍ରଡ୍ୟୁସ କରୁଛନ୍ତି ।
ଫିଲ୍ମଟି ଆସନ୍ତା ବର୍ଷ ଦିୱାଲୀରେ ରିଲିଜ୍ କରାଯିବ । ଏହାକୁ ୪ଟି ଭାଷା ହିନ୍ଦୀ, ମରାଠି, ତାମିଲ ଓ ତେଲଗୁରେ ରିଲିଜ କରାଯିବ ।

Share