ଗାୟତ୍ରୀ ମନ୍ତ୍ରରୁ ନୂଆ ବର୍ଷ ଆରମ୍ଭ କଲେ ଅକ୍ଷୟ କୁମାର

ନୂଆ ବର୍ଷ ଆରମ୍ଭ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବଲିଉଡ ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅକ୍ଷୟ କୁମାର ମଧ୍ୟ ବର୍ଷର ପ୍ରଥମ ଦିନକୁ ଏକ ବିଶେଷ ଢଙ୍ଗରେ ଆରମ୍ଭ କରିଛନ୍ତି। ଅକ୍ଷୟ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି ସମସ୍ତଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ଏହି ଭିଡିଓରେ ସେ ନିଜ ପ୍ରଶଂସକମାନଙ୍କୁ ୨୦୨୧ ବର୍ଷର ପ୍ରଥମ ସୂର୍ଯ୍ୟୋଦୟ ଦେଖାଇଛନ୍ତି। ଏହାସହ ସେ ଗାୟତ୍ରୀ ମନ୍ତ୍ର ଜପ କରୁଛନ୍ତି। ଏହାକୁ ଶେୟାର କରି ଅକ୍ଷୟ ଲେଖିଛନ୍ତି, ଯଦି ତୁମେ ତୁମେ ମିସ୍‌ କରି ଦେଇଛ, ତେବେ ଏହା ହେଉଛି ୨୦୨୧ ବର୍ଷର ପ୍ରଥମ ସୂର୍ଯ୍ୟୋଦୟ। ସମସ୍ତଙ୍କ ସଫଳତା ଏବଂ ସୁଖ ପାଇଁ ପ୍ରାର୍ଥନା। ସମସ୍ତଙ୍କୁ ଏକ ନୂତନ ବର୍ଷର ଶୁଭେଚ୍ଛା। ନବବର୍ଷର ଶୁଭେଚ୍ଛା। ସୂଚନାଯୋଗ୍ୟ, ୨୦୨୦ରେ ଅକ୍ଷୟ କୁମାର ବିଜ୍ଞାପନରେ ନମ୍ବର ୧ ସ୍ଥାନରେ ରହିଛନ୍ତି। ଅକ୍ଷୟ ସମସ୍ତ ଅଭିନେତା ମଧ୍ୟରେ ବିଜ୍ଞାପନର ୧୬ ପ୍ରତିଶତ କବଜା କରିଥିଲେ। ଏହି ଦୌଡ଼ରେ ଅକ୍ଷୟ ଅମିତାଭ ବଚ୍ଚନ, ରଣବୀର ସିଂ, ଶାହରୁଖ ଖାନ ଏବଂ ବରୁଣ ଧାୱନଙ୍କୁ ପଛରେ ପକାଇଛନ୍ତି।

Share