ବଲିଉଡ୍‌ରେ କ୍ୟାରିୟର ଆରମ୍ଭ ପୂର୍ବରୁ ଏତିକି ଟଙ୍କା ରୋଜଗାର କରୁଥିଲେ ଅକ୍ଷୟ କୁମାର

ଅଭିନେତା ଅକ୍ଷୟ କୁମାରଙ୍କ ବଲିଉଡ୍‌ର ସବୁଠୁ ଅଧିକ ଆୟ କରୁଥିବା ଅଭିନେତାଙ୍କ ମଧ୍ୟରେ ଅନ୍ୟତମ। ସେ ବର୍ଷକୁ କୋଟି କୋଟି ଟଙ୍କା ରୋଜଗାର କରନ୍ତି, କିନ୍ତୁ ଆପଣ ଜାଣନ୍ତି କି ଅକ୍ଷୟ ବଲିଉଡ୍‌କୁ ଆସିବା ପୂର୍ବରୁ କେତେ ଟଙ୍କା ରୋଜଗାର କରୁଥିଲେ। ନିକଟରେ ଡିସକଭରି ଚ୍ୟାନେଲର ଦୁଃସାହସିକ ଶୋ’ରେ ଅଂଶଗ୍ରହଣ କରି ନିଜ ରୋଜଗାର ବିଷରେ ଖୁଲାସା କରିଛନ୍ତି। ଏହି ସମୟରେ ସେ ତାଙ୍କ ସଂଘର୍ଷ ଏବଂ ତାଙ୍କ ଚଳଚ୍ଚିତ୍ର କ୍ୟାରିୟରର ମାଇଲଖୁଣ୍ଟ ବିଷୟରେ କହିଥିଲେ। ଫିଲ୍ମ କ୍ୟାରିୟର ଆରମ୍ଭ ହେବା ପୂର୍ବରୁ ସେ ମାର୍ଶଲ ଆର୍ଟ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ଏଥିରେ ମାସକୁ ୫ ହଜାର ଟଙ୍କା ମିଳୁଥିଲା। ଜଣେ ଛାତ୍ର ପିତାଙ୍କ ନିର୍ଦ୍ଦେଶରେ ସେ ମଡେଲିଂରେ କ୍ୟାରିୟର ଆରମ୍ଭ କରିଥିଲେ। ଗୋଟିଏ ପୋଜ୍‌ ପାଇଁ ତାଙ୍କୁ ୨୧ ହଜାର ଟଙ୍କା ପାରିଶ୍ରମିକ ମିଳିଥିଲା। ସେତେବେଳେ ସେ ଭାବିଥିଲେ ମାସେ ଯାଇ ପରିଶ୍ରମ କରି ୫ ହଜାର ମିଳୁଛି ଯଦି ମଡେଲିଂରେ କ୍ୟାରିୟର ଗଢାଯାଏ ତେବେ ଅଧିକ ଟଙ୍କା ରୋଜଗାର କରିପାରିବି। ସେଦିନ ଠାରୁ ତାଙ୍କ ଅଭିନୟ କ୍ୟାରିୟର ଆରମ୍ଭ ହୋଇଥିଲା।

Share