ବଲିଉଡ୍ ଅଭିନେତା ଅକ୍ଷୟ କୁମାର-ଟାଇଗର ଶ୍ରଫ୍ ପ୍ରଥମ ଥର ପାଇଁ ଫିଲ୍ମରେ ଏକାଠି କାମ କରିବେ। ବଲିଉଡର ଦୁଇ ଆକ୍ସନ ହିରୋ ଅଲି ଅବ୍ବାସ ଜାଫରଙ୍କ ଫିଲ୍ମ ‘ବଡେ ମିୟାଁ ଛୋଟେ ମିୟାଁ’ରେ ନଜର ଆସିବେ। ତେବେ ନିର୍ମାତା ଫିଲ୍ମର ପ୍ରଥମ ଲୁକ୍ ମଙ୍ଗଳବାର ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଅକ୍ଷୟ କୁମାର ମଧ୍ୟ ସୋସିଆଲ ମିଡିଆରେ ଏହାକୁ ଶେୟାର କରି ଲେଖିଛନ୍ତି ଯେ, ଫିଲ୍ମଟି ଖ୍ରୀଷ୍ଟମାସ ୨୦୨୩ରେ ମୁକ୍ତିଲାଭ କରିବ । ଯାହା ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି।