ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ମଙ୍ଗଳବାର ଉତ୍ତରାଖଣ୍ଡର ବାବା କେଦାରନାଥ ମନ୍ଦିରରେ ପହଞ୍ଚି ପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି। ଯାହାର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ତାଙ୍କ ସିକ୍ୟୁରିଟିଙ୍କ ସହ କେଦାରନାଥ ମନ୍ଦିରରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି। ତାଙ୍କ ଚାରିପାଖରେ ପ୍ରଶଂସକଙ୍କ ଭିଡ ମଧ୍ୟ ସ୍ପଷ୍ଟ ଦେଖାଯାଉଛି।
ଏଥିସହ ଅକ୍ଷୟ କୁମାର ତାଙ୍କ କପାଳରେ ନାଲି ଏବଂ ହଳଦିଆ ରଙ୍ଗର ଟିକା ଲଗାଇଥିବା ବେଳେ ଏକ କଳା ଅଧା ଟି-ସାର୍ଟ ପିନ୍ଧିଥିବା ନଜର ଆସିଛନ୍ତି। ଭଗବାନଙ୍କୁ ଦର୍ଶନ କରି ଫେରିବା ପରେ ଅକ୍ଷୟ କୁମାର ଦୁଇ ହାତ ଯୋଡି ପ୍ରଶଂସକଙ୍କୁ କୃତଜ୍ଞତା ଜଣାଇଛନ୍ତି।