ଜନ୍ମ ଦିନରେ ମହାକାଳଙ୍କ ଦର୍ଶନ କଲେ ଅକ୍ଷୟ

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ଶନିବାର ଭୋର ସମୟରେ ମହାକାଳଙ୍କ ଭଷ୍ମ ଆରତିରେ ସାମିଲ ହେବାକୁ ଉଜ୍ଜୟିନି ପହଞ୍ଚିଛନ୍ତି। ଶନିବାର ସେ ତାଙ୍କର ୫୬ ତମ ଜନ୍ମଦିନ ପାଳନ କରୁଛନ୍ତି। ଅକ୍ଷୟ ତାଙ୍କ ପରିବାର ସହିତ ଶନିବାର ସକାଳେ ଭଗବାନ ମହାକଳେଶ୍ୱରଙ୍କ ମନ୍ଦିରରେ ହେବାକୁ ଥିବା ଭସ୍ମ ଆରତୀରେ ଯୋଗ ଦେଇଥିଲେ। ସେ କ୍ରିକେଟର ଶିଖର ଧୱନଙ୍କ ସହ ପ୍ରଭୁ ମହାକାଳଙ୍କ ଭସ୍ମ ଆରତୀରେ ଅଂଶଗ୍ରହଣ କରି ଭାରତୀୟ ଦଳର ବିଜୟ ତଥା ଦେଶର ପ୍ରଗତି ତଥା ସମୃଦ୍ଧତା ପାଇଁ ପ୍ରାର୍ଥନା କରିଥିଲେ।
ଅକ୍ଷୟ ଭଗବାନ ମହାକାଳଙ୍କ ମନ୍ଦିରରେ ବସି ଭସ୍ମା ଆରତୀରେ ଭଗବାନଙ୍କ ଆଶୀର୍ବାଦ ନେଇଥିଲେ। କ୍ରିକେଟର ଶିଖର ଧୱନ ମଧ୍ୟ ଭସ୍ମ ଆରତୀରେ ବସିି ଭାରତୀୟ ଦଳର ବିଜୟ ପାଇଁ ପ୍ରାର୍ଥନା କରିଥିଲେ। ଗଣମାଧ୍ୟମକୁ ଅକ୍ଷୟ କୁମାର କହିଛନ୍ତି ଯେ ଦେଶର ପ୍ରଗତି ପାଇଁ ସେ ପ୍ରାର୍ଥନା କରିଛନ୍ତି। ଯେତେବେଳେ ତାଙ୍କୁ କ୍ରିକେଟ ବିଶ୍ୱକପ ବିଷୟରେ ଏକ ପ୍ରଶ୍ନ ପଚରାଗଲା, ଅକ୍ଷୟ କହିଛନ୍ତି ଯେ ପ୍ରଭୁ ମହାକାଳଙ୍କ ପାଇଁ ବିଶ୍ୱକପ ବହୁତ ଛୋଟ କଥା। ଦେଶର ପ୍ରଗତି ଏବଂ ସମସ୍ତଙ୍କ ସମୃଦ୍ଧତା ପାଇଁ ତାଙ୍କୁ କାମନା କରାଯାଇଛି।

Share