ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଦିଲ୍ଲୀର ଏକ ସାଧାରଣ ପରିବାରରେ ଜନ୍ମ ହୋଇଥିଲେ। ତାଙ୍କ ପିଲାଦିନ ଦିଲ୍ଲୀରେ ଅତିବାହିତ କଟିଥିଲା। ଅକ୍ଷୟଙ୍କର ଜଣେ ବଡ଼ ଭଉଣୀ ଅଛନ୍ତି, ତାଙ୍କ ନାମ ଅଳକା ଭାଟିଆ। ଖୁବ କମ ଲୋକ ତାଙ୍କୁ ଜାଣନ୍ତି। କିନ୍ତୁ ଅନେକ ଥର ସେ ଫିଲ୍ମ ସ୍କ୍ରିନିଂ ସହିତ କିଛି ଇଭେଣ୍ଟରେ ନଜର ଆସିଥାନ୍ତି । ଅକ୍ଷୟଙ୍କ ଭଉଣୀ ଅଳକାଙ୍କ ସହ ଜଡିତ ବିଶେଷ କଥା ରହିଛି। ଅଳକା ତାଙ୍କ ପରିବାର ଏବଂ ଅକ୍ଷୟଙ୍କ ସହମତି ବିରୁଦ୍ଧରେ ଯାଇ ବିବାହ କରିଥିଲେ। ସେ ତାଙ୍କଠାରୁ ୧୫ ବର୍ଷ ବଡ଼ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ସେହି ବ୍ୟକ୍ତି ମଧ୍ୟ ମୁମ୍ବାଇର ଏକ ଜଣାଶୁଣା ବ୍ୟକ୍ତି ଥିଲେ। ଅଲକାଙ୍କ ଏହି ପଦକ୍ଷେପ ପାଇଁ ଅକ୍ଷୟ ବହୁତ ରାଗିଯାଇଥିଲେ।
୨୦୧୨ ଡିସେମ୍ବର ୨୩ରେ ଅଳକା ମୁମ୍ବାଇର ଜଣେ ପ୍ରସିଦ୍ଧ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ସେହି ବ୍ୟକ୍ତିଙ୍କ ନାମ ସୁରେନ୍ଦ୍ର ହିରାନନ୍ଦାନୀ ଥିଲା। ସୁରେନ୍ଦ୍ର ହେଉଛନ୍ତି ମହାରାଷ୍ଟ୍ର ଏବଂ ଦେଶର ଏକ ଅଗ୍ରଣୀ ରିଏଲ ଇଷ୍ଟେଟ ସଂସ୍ଥା ହିରାନନ୍ଦାନୀ ଗ୍ରୁପର ସହ-ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ।
ଅଳକାଙ୍କୁ ବିବାହ କରିଥିବା ସୁରେନ୍ଦ୍ର ହିରାନନ୍ଦାନୀ ପୂର୍ବରୁ ବିବାହିତ ଥିଲେ। ସେ ପ୍ରୀତି ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ। ୨୦୧୧ ମସିହାରେ ଉଭୟଙ୍କ ଛାଡପତ୍ର ହୋଇଥିଲେ। ଏହା ମଧ୍ୟ କୁହାଯାଇଛି ଯେ ଅଳକାଙ୍କ ଏହି ନିଷ୍ପତ୍ତିରେ ଅକ୍ଷୟ କୁମାର ଖୁସି ନ ଥିଲେ। କିନ୍ତୁ ଭଉଣୀଙ୍କ ଖୁସି ଦେଖି ସେ ପରେ ରାଜି ହୋଇଥିଲେ । ଶେଷରେ ବିବାହରେ ଭାଇ ଭାବେ ସମସ୍ତ ରୀତିନୀତି ସମ୍ପୂର୍ଣ୍ଣ କରିଥିଲେ।