ନିର୍ମାଣ ହେବାକୁ ଯାଉଛି ‘ୱେଲକମ’ର ପାର୍ଟ ୩, ନଜର ଆସିବେ ନାହିଁ ଅକ୍ଷୟ!

ମୁମ୍ବାଇ: ଅକ୍ଷୟ କୁମାର ଷ୍ଟାରର ସୁପରହିଟ କମେଡି ମୁଭି ‘ୱେଲକମ’ର ପାର୍ଟ ୩ ନିର୍ମାଣ ହେବାକୁ ଯାଉଥିବା ଜଣାପଡିଛି । ଏହାର ଟାଇଟଲ ଏବେ ସାମ୍ନାକୁ ଆସିଛି । ଫିଲ୍ମ ପ୍ରଯୋଜକ ଫିରୋଜ ଏ. ନାଡିୟାଡୱାଲା ନିକଟରେ ଏକ ସାକ୍ଷାତକାରରେ ଏ ସମ୍ପର୍କରେ ସାମାନ୍ୟ ହିଣ୍ଟ ଦେଇଛନ୍ତି । ଏହାପରେ ସବୁଠାରୁ ବଡ ପଶ୍ନ ହେଉଛି କି ଦ୍ୱିତୀୟ ପାର୍ଟରେ ଗାଏବ ଥିବା ଅକ୍ଷୟ କୁମାରଙ୍କୁ ତୃତୀୟ ପାର୍ଟରେ ଦେଖିବାକୁ ମିଳିବ ନା ନାହିଁ । ଏହି ପ୍ରଶ୍ନ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାହିଁକି ନା ଫିରୋଜଙ୍କ ଆଉ ଏକ ଫ୍ରାଞ୍ଚାଇଜ ‘ହେରାଫେରି ୩’ରୁ ଅକ୍ଷୟ ଆଉଟ୍ ହୋଇଯାଇଛନ୍ତି ।
ସୂଚନାଯୋଗ୍ୟ, ଏହାକୁ ନେଇ ପ୍ରଯୋଜକ ଓ ଅଭିନେତାଙ୍କ ମଧ୍ୟରେ ବିବାଦ ବି ମୁଣ୍ଡ ଟେକିଥିଲା । କାରଣ ଅକ୍ଷୟ ଦାବି କରିଥିଲେ କି ତାଙ୍କୁ ହେରାଫେରି ୩ର ସ୍କ୍ରିପ୍ଟ ପସନ୍ଦ ଆସି ନ ଥିଲା । ଏବେ ୱେଲକମ ୩ କୁ ନେଇ ନାଡିୟାଡୱାଲା କହିଛନ୍ତି, ୱେଲକମ ୩ ‘ୱେଲକମ ଟୁ ଦ ଜଙ୍ଗଲ’ ନାମରେ ପରିଚିତ ହେବ । ଏହା ଏହି ଫ୍ରାଞ୍ଚାଇଜର ହ୍ୟୁମର ଓ ଏଣ୍ଟଟେନମେଣ୍ଟକୁ ବଜାୟ ରଖିବ । ଏହାସହ ଏହାର ବ୍ୟାକଡ୍ରପ ମିଲିଟ୍ରି ଆକ୍ସନ ବେସ୍‌ଡ ହେବ । ଫିଲ୍ମରେ ଜବରଦସ୍ତ ଆକ୍ସନ ରହିବ । ଏହାକୁ ବଡ ସ୍କେଲରେ ନିର୍ମାଣ କରାଯିବ ।
ଏହାସହ ଫିରୋଜ ନାଡିୟାଡୱାଲା କହିଛନ୍ତି ଫିଲ୍ମର ୬୦-୭୦ ଭାଗ ଜଙ୍ଗଲରେ ସେଟ ଲାଗି ଶୁଟିଂ କରାଯିବ ଓ ଏହାର ଏଣ୍ଡିଂ ଦେଶଭକ୍ତିର ଇମୋଶନାଲ ଓ ଷ୍ଟ୍ରଙ୍ଗ ସନ୍ଦେଶ ଦେବ । ଆଶା କରୁଛୁ ଆସନ୍ତା ବର୍ଷ ଫିଲ୍ମ ଫ୍ଲୋରକୁ ଆସିଯିବ । ଏଥିରେ ମିଲିଟ୍ରିର ପୂର୍ବତନ ଅଧିକାରୀଙ୍କୁ ଆମ ଟିମରେ ସାମିଲ କରିଛୁ । ଯେଉଁମାନେ ଆମକୁ ଆରପିଜି, ଏସଏଏମ ଭଳି ବଡ ବନ୍ଧୁକ ସହ ମିଲିଟ୍ରିର ଦ୍ୱିତୀୟ ହାଡୱେୟରକୁ ସମ୍ଭାଳିବାରେ ଆମକୁ ଗାଇଡ କରିବେ । କେବଳ ସେତିକି ନୁହେଁ ପ୍ରଯୋଜକ କହିଛନ୍ତି ଫିଲ୍ମର କିଛି ଭାଗ ଜମ୍ମୁ-କଶ୍ମୀର ଅବା ୟୁରୋପର କିଛି ଭାଗରେ ଶୁଟିଂ କରାଯିବ । ଯେଉଁଠାରେ ଘନ ଜଙ୍ଗଲ ରହିଛି । ଏହାର ନିଷ୍ପତ୍ତି ସେ ସମୟର ପାଣିପାଗକୁ ଦେଖି କରାଯିବ । ନାଡିୟାଡୱାଲା ଆହୁରି ମଧ୍ୟ କହିଛନ୍ତି, ‘ୱେଲକମ ଟୁ ଦ ଜଙ୍ଗଲ’ର ଷ୍ଟାରକାଷ୍ଟ ଏବେ ପର୍ଯ୍ୟନ୍ତ ଫାଇନାଲ ହୋଇନାହିଁ, ହେଲେ ବ ବଡ କଳାକାର ନଜର ଆସିବେ ।

Share