୫୬ ବର୍ଷରେ ବାପା ହେବେ ଅକ୍ଷୟ କୁମାର

ମୁମ୍ବାଇ: ଜଣାଶୁଣା ବଲିଉଡ୍‌ ଅଭିନେତା ତଥା ଖିଲାଡ଼ି ବୟ ଅକ୍ଷୟ କୁମାର ବାପା ହେବାକୁ ଯାଉଛନ୍ତି। ତାଙ୍କ ଅଭିନେତ୍ରୀ ତଥା ଲେଖିକା ସ୍ତ୍ରୀ ଟ୍ବିଙ୍କଲ୍‌ ଖାନ୍ନା ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି ଯାହାକୁ ନେଇ ବହୁତ ଚର୍ଚ୍ଚା ହେଉଛି। ଟ୍ବିଙ୍କଲ୍‌ ସୋସିଆଲ ବହୁତ ସକ୍ରିୟ ଅଟନ୍ତି। ତାଙ୍କ ଇନ୍‌ଷ୍ଟାଗ୍ରାମରେ ପ୍ରାୟ ୮ ମିଲିୟନ ଫଲୋଅର୍ସ ଅଛନ୍ତି। ସେ ପ୍ରତିଦିନ ତାଙ୍କ ପ୍ରଶଂସକଙ୍କ ସହିତ ଫଟୋ ଏବଂ ଭିଡିଓ ଶେୟାର କରିଥା’ନ୍ତି। ନିକଟରେ ସେ ଏକ ପୋଷ୍ଟ କରିଛନ୍ତି ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା।

ଟ୍ବିଙ୍କଲ୍‌ ତାଙ୍କ ଇନ୍‌ଷ୍ଟାଗ୍ରାମ ପୋଷ୍ଟରେ ତାଙ୍କର ଗୋଟିଏ ସମସ୍ୟା ବିଷୟରେ କହିଛନ୍ତି। କିନ୍ତୁ ଏହା ପରେ ଟ୍ବିଙ୍କଲ୍‌ଙ୍କ ୫୦ ବର୍ଷ ବୟସରେ ଗର୍ଭବତୀ ହେବାକୁ ଯାଉଛନ୍ତି କି ନାହିଁ ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ତେବେ ଅକ୍ଷୟ କୁମାର ୫୬ ବର୍ଷ ବୟସରେ ପିତା ହେବାକୁ ଯାଉଛନ୍ତି। ଯଦିଓ ଦୁହେଁ ଏନେଇ କିଛି ଖୋଲିକି କହିନାହାନ୍ତି।

ଅକ୍ଷୟ କୁମାର ଏବଂ ଟ୍ବିଙ୍କଲ୍‌ କିଛି ସମୟ ଡେଟିଂ କରିବା ପରେ ବିବାହ କରିଥିଲେ। ଜାନୁଆରୀ ୨୦୦୧ରେ ଏହି ଦମ୍ପତି ବିବାହ କରିଥିଲେ। ଏହି ପାଓ୍ବାର ଦମ୍ପତି ବିବାହର ୨୩ ବର୍ଷ ପୂରଣ କରିଛନ୍ତି। ଅକ୍ଷୟ କୁମାର ଏବଂ ଟ୍ବିଙ୍କଲ୍‌ଙ୍କ ଯୋଡି ବଲିଉଡ୍‌ର ପ୍ରସିଦ୍ଧ ଦମ୍ପତିଙ୍କ ମଧ୍ୟରେ ଅନ୍ୟତମ। ଉଭୟ ସେଲିବ୍ରିଟି ଦୁଇ ସନ୍ତାନର ମାତାପିତା ଅଟନ୍ତି। ଏହି ଦମ୍ପତିଙ୍କର ଏକ ପୁଅ ଆରବ କୁମାର ଏବଂ ଗୋଟିଏ ଝିଅ ନିତାରା କୁମାର ଅଛନ୍ତି। ଆରବ ୨୦୦୨ରେ ଏବଂ ନିତାରା ୨୦୧୨ରେ ଜନ୍ମଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପିନେବାକୁ ଉଦ୍ୟମ ଧରାପଡ଼ିବା ଭୟରେ ବୋମା ପକାଇଲେ: ୫ ଗିରଫ

ଭବାନୀପାଟଣା,୨୧ା୪(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ସୋମବାର ଦିନ ଦ୍ବିପ୍ରହରରେ ଲୁଟ୍‌ ଉଦ୍ୟମ ହୋଇଛି। ପୂର୍ବାହ୍ନ ୧୦ଟା ୧୦ରେ ବାହାଦୁର ବଗିଚାପଡାର ଶରତ...

ପରିବାରକୁ ମିସ୍‌ କରୁଛନ୍ତି ତହଉର: NIA ସ୍ବତନ୍ତ୍ର କୋର୍ଟରେ ଆବେଦନ

ମୁମ୍ବାଇ,୨୧।୪: ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ତହଉର ରାଣା ଭାରତ ଆସିବା ପରେ ତାଙ୍କ ପରିବାରକୁ ମିସ କରିବା ଆରମ୍ଭ କରିଛି। ସେ ତାଙ୍କ ପରିବାର...

ମୋଦିଙ୍କୁ ଭେଟିଲେ ଆମେରିକାର ଉପରାଷ୍ଟ୍ରପତି: ବସିବ ବଡ଼ ବୈଠକ

ନୂଆଦିଲ୍ଲୀ,୨୧।୪: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ତାଙ୍କ ପରିବାର ସହିତ ଭାରତ ଗସ୍ତରେ ଅଛନ୍ତି। ସୋମବାର ସନ୍ଧ୍ୟାରେ ଜେଡି ଭାନ୍ସ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ...

ବାଇକ୍‌ ଦୁର୍ଘଟଣା, ଛାତ୍ରଙ୍କ ମୃତ୍ୟୁ

କୋକସରା,୨୧ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବଙ୍ଗୋମୁଣ୍ଡା ଗ୍ରାମରୁ କୋକସରାକୁ ବାଇକ୍‌ରେ ଆସୁଥିବା ବେଳେ କେନାଲ ଛକ ନିକଟରେ ଦୁର୍ଘଟଣା...

ଦିଗପହଣ୍ଡିରେ ମିଳୁନି ପିଇବା ପାଣି : ତେଜୁଛି ଜନଅସନ୍ତୋଷ: ନିର୍ବାହୀ ଅଧିକାରୀଙ୍କୁ ସ୍ମାରକପତ୍ର

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏଭଳି ସମୟରେ...

ରାସ୍ତାକଡ ଖାଲରୁ ବୃଦ୍ଧଙ୍କ ମୃତଦେହ ମିଳିବା ଘଟଣା: ଧକ୍କା ଦେଇଥିବା ଟ୍ରକ ଜବତ ଚାଳକ ….

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଧରମପୁର ଗ୍ରାମ ଗୋଲା ସାହିର ବି. ଜୁରିଆ(୬୦)ଙ୍କ ମୃତଦେହ ଶୁକ୍ରବାର ରାସ୍ତାକଡ ଖାଲରୁ ମିଳିଥିଲା। ଦୁର୍ଘଟଣାରେ...

ସିଡିଓଙ୍କ ସମୀକ୍ଷା: ଯୋଗ୍ୟ ହିତାଧିକାରୀ ପିଏମଏୱାଇରୁ ବାଦ ପଡିିଲେ କାର୍ଯ୍ୟନୁଷ୍ଠାନ

ଭଞ୍ଜନଗର,୨୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ମୁଖ୍ୟ ଉନ୍ନୟନ ଅଧିକାରିଣୀ ( ସିଡିଓ) ମଧୁସ୍ମିତା ସୋମବାର ଭଞ୍ଜନଗର ବ୍ଲକର ବିଭିନ୍ନ ଗ୍ରାମକୁ ଯାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା...

ଟାଇକୋଣ୍ଡା ଏକାଡେମୀର ବାର୍ଷିକ ଉତ୍ସବ

ଭଞ୍ଜନଗର,୨୧।୪(ବାବୁଲା ପ୍ରଧାନ):ଭଞ୍ଜନଗର ଆର୍‌.ଏମ.ସି. ସଭାକକ୍ଷରେ ଭଞ୍ଜନଗର ଟାଇକୋଣ୍ଡା ଏକା କଲର ବେଲ୍ଟ ଟେଷ୍ଟ ଓ ୫ମ ବାର୍ଷିକ ଉତ୍ସବ ରବିବାର ରାତିରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image