ସାମାଜିକ ବାର୍ତ୍ତା ଦେବେ ଅକ୍ଷୟ

ଅକ୍ଷୟ କୁମାର ବଲିଉଡର ବ୍ୟସ୍ତବହୁଳ ଅଭିନେତାମାନଙ୍କ ମଧ୍ୟରୁ ଅନ୍ୟତମ। ୨୦୨୨ରେ, ତାଙ୍କର ପାଞ୍ଚଟି ଫିଲ୍ମ ଏପର୍ଯ୍ୟନ୍ତ ମୁକ୍ତିଲାଭ କରିଛି। ଏହି ବର୍ଷ ତାଙ୍କ ପାଇଁ ଭଲ ନ ଥିଲା। ତାଙ୍କର କୌଣସି ଫିଲ୍ମ ବକ୍ସ ଅଫିସରେ ସଫଳ ହୋଇନାହିଁ। ଏହାକୁ ନେଇ ସେ ଆଦୌ ଚିନ୍ତିତ ମଧ୍ୟ ନାହାନ୍ତି। ଏବେ ସେ ନିଜ ଆଗାମୀ ଫିଲ୍ମକୁ ନେଇ ନିଜକୁ ପ୍ରସ୍ତୁତ କରୁଛନ୍ତି। ନିକଟରେ। ରେଡ ସି ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେଇଥିଲେ। ଏଠାରେ ସେ ତାଙ୍କର ଆଗାମୀ ଫିଲ୍ମର କାହାଣୀ ବିଷୟରେ କହିଥିଲେ। ତାଙ୍କର ପରବର୍ତ୍ତୀ ଫିଲ୍ମ ଯୌନ ଶିକ୍ଷା ଉପରେ ଆଧାରିତ ହେବ। ଏହା ଫିଲ୍ମ ଏକ ସାମାଜିକ ବାର୍ତ୍ତା ଦେବ। ଅକ୍ଷୟ ବିଦ୍ୟାଳୟରେ ଯୌନ ଶିକ୍ଷାର ଗୁରୁତ୍ୱ ଉପରେ ମଧ୍ୟ ଗୁରୁତ୍ୱାରୋପ କରି ସମସ୍ତ ବିଦ୍ୟାଳୟ ଏହାକୁ ଶିକ୍ଷା ଦେବା ଉଚିତ୍‌ ବୋଲି ସେ କହିଛନ୍ତି।
ଏହି ଫିଲ୍ମଟି ମୁକ୍ତିଲାଭ କରିବାକୁ ସମୟ ଲାଗିବ। ଆସନ୍ତାବର୍ଷ ଏପ୍ରିଲ କିମ୍ବା ମେ ମାସରେ ମୁଁ ଫିଲ୍ମଟି ମୁକ୍ତିଲାଭ କରିବି। ଏହା ସେ ଅଭିନୟ କରିଥିବା ସର୍ବୋତ୍ତମ ଫିଲ୍ମ ମଧ୍ୟରୁ ଗୋଟିଏ ହେବ ବୋଲି ଅକ୍ଷୟ କହିଛନ୍ତି।
ଅକ୍ଷୟଙ୍କୁ ନିକଟରେ ‘ରାମ ସେତୁ’ରେ ଦେଖିବାକୁ ମିଳିଥିଲା। ଦିୱାଲୀରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରି ନ ଥିଲା।

Share