‘ରାୱଡି ରାଠୋର’ ସିକ୍ୱିଏଲ ସହ ଫେରୁଛନ୍ତି ଅକ୍ଷୟ

ମୁମ୍ବାଇ: ବଲିଉଡର ସୁପରହିଟ୍ ମୁଭି ମଧ୍ୟରେ ଅନ୍ୟତମ ହେଉଛି ‘ରାୱଠି ରାଠୋର’ । ୨୦୧୨ରେ ନିର୍ମାଣ ହୋଇଥିବା ଏହି ଫିଲ୍ମ ବକ୍ସ ଅଫିସରେ ଭଲ ବିଜନେସ୍ ବି କରିଥିଲା । ପ୍ରଭୁ ଦେବା ଏହାର ନିର୍ଦ୍ଦେଶକ ଥିବା ବେଳେ ସଞ୍ଜୟ ଲିଲା ଭଂସାଲି ଏହାର ପ୍ରଯୋଜନା ଭାର ସମ୍ଭାଳିଥିଲେ । ଏହାର ସିକ୍ୱିଏଲ ପାଇଁ ଯୋଜନା କରାଯାଇଛି । ଏଥର ନିର୍ଦ୍ଦେଶକ ଏସ୍ ଏସ୍ ରାଜାମୌଳଙ୍କ ପିତା କେଭି ବିଜେନ୍ଦ୍ର ପ୍ରସାଦ ‘ରାୱଡି ରାଠୋର ୨’ର ସ୍କ୍ରିପ୍ଟ କାମ ଆରମ୍ଭ କଲେଣି । ବିଜେନ୍ଦ୍ର ପ୍ରସାଦ ନିଜେ ଏହି ସୂଚନା ଦେଇଛନ୍ତି । ତେବେ ୨୦୨୦ରୁ ଏହି ସିକ୍ୟୁଏଲ ଫିଲ୍ମ ନିର୍ମାଣ କରିବାର ଯୋଜନା ଥିବା କୋ-ପ୍ରଡ୍ୟୁସର ରବିନା ଖାଁ ଘୋଷଣା କରିଥିଲେ । ହେଲେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଏହାକୁ ସମ୍ପୂର୍ଣ୍ଣ କରାଯାଇ ପାରି ନ ଥିଲା । ଏହି ସିକ୍ୟୁଏଲ ମୁଭିରେ ବଲିଉଡ୍ ସୁପିଷ୍ଟାର ଅକ୍ଷୟ କୁମାର ଅଭିନୟ କରିବେ ବୋଲି ଜଣାପଡିଛି ।

 

Share