ସୋସିଆଲ ମିଡିଆରେ ଅତରଙ୍ଗୀକୁ ବିରୋଧ

ମୁମ୍ବାଇ: ନିକଟରେ ରିଲିଜ ହୋଇଥିବା ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ଅତରଙ୍ଗି ରେ’କୁ ଜୋରଦାର ବିରୋଧ କରାଯାଉଛି। କୁହାଯାଉଛି ଯେ ଏହି ଫିଲ୍ମରେ ହିନ୍ଦୁ ଧର୍ମକୁ ଟାର୍ଗେଟ କରାଯାଉଛି ଆଉ ଅପମାନ କରାଯାଉଛି। ନିକଟରେ ରିଲିଜ ହୋଇଥିବା ଅକ୍ଷୟ କୁମାର, ଧନୁଷ ଏବଂ ସାରା ଅଲି ଖାନଙ୍କ ଅଭିନୀତ, ଆନନ୍ଦ ଏଲ. ରାୟଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଅତରଙ୍ଗି ରେ’ ଡିସେମ୍ବର ୨୪ରେ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିଥିଲା। ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଫିଲ୍ମକୁ ବଏକଟ୍‌ କରିବାକୁ ଦାବି ଉଠିଛି। ଏହି ଚଳଚ୍ଚିତ୍ରରେ ସାରା ବିହାର ଝିଅ ରିଙ୍କୁଙ୍କ ଭୂମିକାରେ ଅଛନ୍ତି, ଯାହାଙ୍କୁ ଜଣେ ତାମିଲ ପୁଅ ବିଷ୍ଣୁ (ଧନୁଷ)ଙ୍କ ସହ ଜବରଦସ୍ତ ବିବାହ କରିଦିଆଯାଉଛି। ଫିଲ୍ମରେ ଏହା ଦର୍ଶାଯାଇଛି ଯେ ରିଙ୍କୁ ଜଣେ ଯାଦୁଗରଙ୍କ ପ୍ରେମରେ ପଡିଛନ୍ତି, ଯାହାର ନାମ ସାଜ୍ଜାଦ ଅଲି (ଅକ୍ଷୟ କୁମାର)। ସାଜ୍ଜାଦଙ୍କ ପ୍ରେମ ପାଇଁ ରିଙ୍କୁ ତାଙ୍କ ସ୍ବାମୀଙ୍କୁ ମଧ୍ୟ ଛାଡିବାକୁ ପ୍ରସ୍ତୁତ ହୋଇଯାଆନ୍ତି। ଲୋକମାନେ ସଜ୍ଜାଦଙ୍କ ପ୍ରତି ରିଙ୍କୁଙ୍କ ପ୍ରେମ ଓ ବିବାହ ବିଚ୍ଛେଦକୁ ପସନ୍ଦ କରନ୍ତି ନାହିଁ। ସେମାନେ ଏହାକୁ ଲଭ ଜିହାଦ ସହିତ ତୁଳନା କରନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ କହିଛନ୍ତି ଯେ ଏହାକୁ ଫିଲ୍ମରେ ଦେଖାଇ କେବଳ ଲଭ ଜିହାଦ୍‌କୁ ସମର୍ଥନ କରାଯାଉଛି। କିଛି ଲୋକଙ୍କ ମତରେ ଫିଲ୍ମରେ ହିନ୍ଦୁମାନଙ୍କୁ ନିଷ୍ଠୁର ଭାବେ ପ୍ରଦର୍ଶନ କରାଯାଇଛି। ହିନ୍ଦୁମାନେ ନିଜ ଝିଅମାନଙ୍କୁ ଜବରଦସ୍ତ ବିବାହ କରାଇଦିଅନ୍ତି ବୋଲି ଦେଖାଯାଇଥିବା ଅଭିଯୋଗ ହୋଇଛି।

Share