ଓମାନ,କୁଏତରେ ରିଲିଜ୍‌ ହେବନି ଅକ୍ଷୟଙ୍କ ଫିଲ୍ମ!

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସମ୍ରାଟ ପୃଥ୍ବୀରାଜ’ ଏବେ ଖୁବ୍‌ ଚର୍ଚ୍ଚାରେ। ଫିଲ୍ମଟି ଆଉ ଗୋଟିଏ ଦିନ ଅର୍ଥାତ୍‌ ଜୁନ୍‌ ୩ରେ ପେକ୍ଷାଳୟରେ ରିଲିଜ୍‌ ହେବ। ଏହାକୁ ନେଇ ଦର୍ଶକ ଉତ୍ସାହିତ ଅଛନ୍ତି। ଏହି ଫିଲ୍ମଟି ସମ୍ରାଟ ପୃଥ୍ବୀରାଜ ଚୌହାନଙ୍କ ଜୀବନୀ ଉପରେ ଆଧାରିତ। ତେବେ ଫିଲ୍ମକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଫିଲ୍ମର ଟ୍ରେଲର ରିଲିଜ୍‌ ହେବା ପରେ ବିଭିନ୍ନ କାରଣରୁ ଫିଲ୍ମ ବିବାଦରେ ଛନ୍ଦି ହୋଇପଡିଛି। ବର୍ତ୍ତମାନ ଏହାର ରିଲିଜ୍‌ ପୂର୍ବରୁ ଓମାନ ଏବଂ କୁଏତରେ ଫିଲ୍ମ ଉପରେ ନିଷେଧାଦେଶ ଚାରି କରାଯାଇଛି। ହେଲେ ନିଷେଧାଦେଶ ହେବାର କାରଣ ଏ ପର୍ଯ୍ୟନ୍ତ ଜଣା ପଡିନାହିଁ। ଫିଲ୍ମର ଟିମ ଏ ପର୍ଯ୍ୟନ୍ତ ଏ ବିଷୟରେ କୌଣସି ସୂଚନା ଦେଇନାହାଁନ୍ତି।

Share