‘ସମ୍ରାଟ ପୃଥ୍ବୀରାଜ’କୁ ଟ୍ୟାକ୍ସ୍‌ ଫ୍ରି ଘୋଷଣା କଲେ ଯୋଗୀ

ଲକ୍ଷ୍ନୌ,୨।୬: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଏବଂ ମାନୁଷୀ ଛିଲରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସମ୍ରାଟ ପୃଥ୍ବୀରାଜ’ ଏବେ ଖୁବ୍‌ ଚର୍ଚ୍ଚାରେ। ଫିଲ୍ମଟି ଆଉ ଗୋଟିଏ ଦିନ ଅର୍ଥାତ୍‌ ଜୁନ୍‌ ୩ରେ ପେକ୍ଷାଳୟରେ ରିଲିଜ୍‌ ହେବାକୁ ଯାଉଛି। ଏହାକୁ ନେଇ ଦର୍ଶକ ଖୁବ୍‌ ଉତ୍ସାହିତ ଅଛନ୍ତି। ତେବେ ଏହାରି ଭିତରେ ଏକ ଖବର ସାମ୍ନାକୁ ଆସିଛି ଯେ, ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଫିଲ୍ମ ପାଇଁ ରାଜ୍ୟରେ ଟିକସମୁକ୍ତ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଫିଲ୍ମର ପ୍ରଶଂସା କରିବା ସହ ଭାରତର ସମୃଦ୍ଧ ସଂସ୍କୃତି ପ୍ରଦର୍ଶନ କରିଥିବାରୁ ନିର୍ଦ୍ଦେଶକ ଏବଂ କଳାକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ‘ଅକ୍ଷୟ କୁମାର ଭାରତର ଇତିହାସକୁ ସୁନ୍ଦର ଭାବରେ ଦର୍ଶାଇଛନ୍ତି। ଏହି କାରଣରୁ ମୁଁ ଦଳକୁ ଅଭିନନ୍ଦନ ଜଣାଉଛି।’

Share