ଜନ୍ମଦିନର ଦିନକ ପୂର୍ବରୁ ମା’ଙ୍କୁ ହରାଇ ଭାଙ୍ଗି ପଡ଼ିଲେ ଅକ୍ଷୟ

ମୁମ୍ବାଇ,୯।୯: ବଲିଉଡର ଖିଲାଡ଼ି ଅକ୍ଷୟ କୁମାର ଗୁରୁବାର ୫୪ତମ ବର୍ଷରେ ପାଦ ଦେଇଛନ୍ତି। ଜନ୍ମଦିନର ଦିନକ ପୂର୍ବରୁ ମା’ଙ୍କୁ ହରାଇଥିବା ଅକ୍ଷୟ ଏବେ ଭାଙ୍ଗି ପଡ଼ିଛନ୍ତି। ମା’ଙ୍କୁ ମନେ ପକାଇ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି ଅକ୍ଷୟ। କ୍ୟାପଶନରେ ଲେଖିଛନ୍ତି, ମୋ ମା ଆଜି ଜୀବିତ ଥିଲେ, ନିଶ୍ଚିତ ଶୁଭେଚ୍ଛା ଜଣାଇଥାନ୍ତେ। ଦୂରରେ ଥାଇ ମଧ୍ୟ ମା’ ଆଜି ଶୁଭେଚ୍ଛା ଜଣାଇଛନ୍ତି।

ସୂଚନାନୁସାରେ, ଅକ୍ଷୟଙ୍କ ମା’ ବୁଧବାର ମୁମ୍ବାଇର ହିରାନନ୍ଦାନୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା।

Share