ଅକ୍ଷୟ ପାତ୍ର ଫାଉଣ୍ଡେଶନର ଦାବି, ୨୦୪୭ ପୂର୍ବରୁ ଭାରତ ହେବ କ୍ଷୁଧା ମୁକ୍ତ

ଓ୍ବାଶିଂଟନ,୧୬।୪: ଅକ୍ଷୟ ପାତ୍ର ଫାଉଣ୍ଡେସନର ସହ-ପ୍ରତିଷ୍ଠାତା ଚଞ୍ଚଲପତି ଦାସ ଦାବି କରିଛନ୍ତି ଯେ ୨୦୪୭ ପୂର୍ବରୁ ଭାରତ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ହୋଇଥିଲେ ମଧ୍ୟ କ୍ଷୁଧାରୁ ମୁକ୍ତ ହେବ। ଫାଉଣ୍ଡେସନ ଏପର୍ଯ୍ୟନ୍ତ ଲୋକଙ୍କୁ ଚାରି ବିଲିୟନ ଥର ମାଗଣା ଭୋଜନ ଯୋଗାଇ ଦେଇଛି।
ଏହି ସଫଳତାକୁ ପାଳନ କରିବା ପାଇଁ ନ୍ୟୁୟର୍କରେ ମିଳିତ ଜାତିସଂଘର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଯେ ଯଦିଓ ୨୦୪୭ ସୁଦ୍ଧା ଭାରତକୁ କ୍ଷୁଧା ମୁକ୍ତ କରିବା ପାଇଁ ଏକ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି, ତଥାପି ଭାରତ ଏହି ସଫଳତା ହାସଲ କରିବ। ମିଡ ଡେ ମିଲ ଏବଂ ଅଙ୍ଗନୱାଡି ଭଳି କାର୍ଯ୍ୟକ୍ରମ ଉପରେ ଆଲୋଚନା କରି ସେ କହିଛନ୍ତି ଯେ ସ୍କୁଲ ଛାତ୍ରୀଛାତ୍ରଙ୍କୁ ଖାଦ୍ୟ ଯୋଗାଇବାର ସବୁଠାରୁ ବଡ କାର୍ଯ୍ୟକ୍ରମ ଭାରତରେ ଚାଲିଛି।
ପିଲାମାନଙ୍କୁ ଖାଇବାକୁ ଦେବା ଏବଂ ସେମାନଙ୍କୁ ପୁଷ୍ଟିକର ଏବଂ ନିରାପଦ ଖାଦ୍ୟ ଯୋଗାଇବାରେ ସମସ୍ତ ଦଳ ଏବଂ ସରକାର ଗମ୍ଭୀରତା ଦେଖାଇଛନ୍ତି ବୋଲି ଚଞ୍ଚଲପତି କହିଛନ୍ତି। ୨୦୦୦ରେ ଆରମ୍ଭ ହୋଇଥିବାପିଏମ ପୋଷଣ ଅଭିଯାନ ଅଧୀନରେ ଅକ୍ଷୟ ପାତ୍ର ଫାଉଣ୍ଡେସନ ୪ ବିଲିୟନ ଭୋଜନ ପରିବେଷଣ କରିବାର ଲକ୍ଷ୍ୟ ହାସଲ କରିଛି। ୨୦୨୪ରେ, ବିଦ୍ୟାଳୟର ଛାତ୍ରମାନଙ୍କୁ ଖାଦ୍ୟ ଯୋଗାଇବା ଏହା ବିଶ୍ୱର ସର୍ବବୃହତ କାର୍ଯ୍ୟକ୍ରମରେ ପରିଣତ ହୋଇଛି।

Share