ଫିଲ୍ମରେ ନିଜ ଲୁକ୍‌କୁ ନେଇ ଟ୍ରୋଲ ହେଲେ ଅକ୍ଷୟ

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ ଚଳିତ ବର୍ଷ ଭଲ ପ୍ରଦର୍ଶନ କରିପାରିନାହିଁ। ତାଙ୍କର ଗୋଟିଏ ପରେ ଫିଲ୍ମ ଫ୍ଲପ୍‌ ହୋଇଯାଇଥିଲା। ହେଲେ ଅଭିନେତାଙ୍କ ଅପକମିଙ୍ଗ୍‌ ମରାଠି ଫିଲ୍ମ ‘ବେଦାତ ମରାଠି ଭୀର ଦୌଡଲେ ସାତ’ରେ ଛତ୍ରପତି ଶିବାଜୀ ମହାରାଜଙ୍କ ଭୂମିକାରେ ନଜର ଆସିବେ। ତେବେ ଅଭିନେତା ସୋସିଆଲ ମିଡିଆରେ ଏକ ଭିଡିଓ ମାଧ୍ୟମରେ ତାଙ୍କର ପ୍ରଥମ ଲୁକ୍‌ ଶେୟାର କରିଥିଲେ। ବର୍ତ୍ତମାନ ଏହାକୁ ନେଇ ଟୁଇଟ୍‌ରରେ ଟ୍ରୋଲ ଆରମ୍ଭ ହୋଇଯାଇଛି। ଅକ୍ଷୟ କୁମାର ଶେୟାର କରିଥିବା ଭିଡିଓରୁ ସ୍କ୍ରିନ୍‌ସଟ ନେଇ ଜଣେ ପ୍ରଶଂସକ ଟୁଇଟ୍‌ରେ ଲେଖିଛନ୍ତି, ଶିବାଜୀ ମହାରାଜ ୧୬୭୪ରୁ ୧୬୮୦ ପର୍ଯ୍ୟନ୍ତ ଶାସନ କରିଥିଲେ। ଥୋମାସ ଏଡିସନ ୧୮୮୦ରେ ଲାଇଟ ବଲ୍‌ର ଉଦ୍ଭାବନ କରିଥିଲେ। ଆଉ ଏବେ ଅକ୍ଷୟ କୁମାର ଶିବାଜୀଙ୍କ ଭୂମିକାରେ ନଜର ଆସିବେ। ସେହିପରି ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ସମ୍ରାଟ ପୃଥ୍ବୀରାଜରେ ଯାହା କିଛି ବାକି ରହିଯାଇଥିଲା,ତାହାକୁ ଅକ୍ଷୟ କୁମାର ଛତ୍ରପତି ଶିବାଜୀଙ୍କ ଭୂମିକାରେ ଅଭିନୟ କରି ପୂରା କରିବେ।

 

Share