ରାଜନୀତିକୁ ଆସିବେ ଅକ୍ଷୟ!

ମୁମ୍ବାଇ: ବଲିଉଡର ଖିଲାଡି ବୟ ଅକ୍ଷୟ କୁମାର ରାଜନୀତିରେ ଯୋଗ ଦେଇ ପାରନ୍ତି। ତେବେ ଅକ୍ଷୟ କୁମାର ଭାଜପା ଟିକେଟରେ ଆଗାମୀ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ବୋଲି ଖବର ରହିଛି। ବାସ୍ତବରେ ଲୋକ ସଭା ନିର୍ବାଚନ ପାଇଁ ଏବେ ସାଧାରଣ ଜନତାଙ୍କ ଠାରୁ ନେତା ସେଲିବ୍ରିଟିଙ୍କ କ୍ରେଜ ବଢିବାରେ ଲାଗିଛି। ଆଗାମୀ ନିର୍ବାଚନ ପାଇଁ ପ୍ରତ୍ୟେକ ଦଳ ମଧ୍ୟ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି। ଦେଶର ରାଜଧାନୀ ଦିଲ୍ଲୀରେ ଆମ ଆଦମୀ ପାର୍ଟି ଏବଂ କଂଗ୍ରେସ ଏକ ମେଣ୍ଟ ଗଠନ କରି ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଦିଲ୍ଲୀର ୪ଟି ଆସନରେ ଏଏପି ଦଳ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ କଂଗ୍ରେସ ୩ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଏବେ ନୂଆ ଚେହେରା ଆଧାରରେ ଦିଲ୍ଲୀରେ ନିର୍ବାଚନ ଲଢିବାକୁ ମଧ୍ୟ ଭାଜପା ନିଷ୍ପତ୍ତି ନେଇପାରେ। ଏଭଳି ପରିସ୍ଥିତିରେ ଭାଜପା ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କୁ ମଇଦାନକୁ ଓହ୍ଲାଇପାରେ।
ନବଭାରତ ଟାଇମ୍ସର ରିପୋର୍ଟ ଅନୁଯାୟୀ, ବଲିଉଡର ଖିଲାଡି ବୟ ଅର୍ଥାତ୍‌ ଅକ୍ଷୟ କୁମାର କୁମାରଙ୍କୁ ଦିଲ୍ଲୀର ଚାନ୍ଦନୀ ଚୌକ ଆସନରୁ ନିର୍ବାଚନ ଲଢିବାକୁ କହିପାରେ। କୁହାଯାଉଛି ଯେ ଦଳର ତେତେଜଣ ନେତା ଅଭିନେତାଙ୍କ ସହ ଯୋଗାଯୋଗରେ ଅଛନ୍ତି। ତେବେ ଏ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ଘୋଷଣା କରାଯାଇ ନାହିଁ।
ସୂଚନାଯୋଗ୍ୟ, ୨୦୧୪ ଏବଂ ୨୦୧୯ରେ ଭାଜପା ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ ଦୁଇଥର ଏହି ଆସନ ଜିତିଥିଲେ। ୨୦୦୪ଏବଂ ୨୦୦୯ରେ ପୂର୍ବତନ କଂଗ୍ରେସ ନେତା ତଥା କେନ୍ଦ୍ର ମନ୍ତ୍ରୀ କପିଲ ସିବଲ ଏହି ଆସନ ଜିତିଥିଲେ।

Share