ନୂଆ ଲୁକ୍‌ରେ ଅକ୍ଷୟ

ପବିତ୍ର ଶ୍ରାବଣ ମାସ ଚାଲିଛି। ଏହି ମାସରେ ଭଗବାନ ଶିବଙ୍କୁ ପୂଜା କରାଯାଏ। ଭୋଲେ ବାବାଙ୍କ ନାମ ସବୁଆଡେ ପ୍ରତିଧ୍ୱନିତ ହେଉଛି। ଏହି ଅବସରରେ ବଲିଉଡ୍‌ ଫିଲ୍ମ ‘ଓ ମାଇ ଗଡ୍‌ ୨’କୁ ନେଇ ଚର୍ଚ୍ଚା ହେଉଛି। ଫିଲ୍ମରେ ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ନଜର ଆସିବେ। ଖୁବ ଶୀଘ୍ର ଏହି ଫିଲ୍ମର ଟିଜର ରିଲିଜ ହେବାକୁ ଯାଉଛି। ଫିଲ୍ମରେ ଅକ୍ଷୟ କୁମାରଙ୍କ ନୂଆ ଲୁକ ମଧ୍ୟ ଭାଇରାଲ ହେବାରେ ଲାଗିଛି।
ଅକ୍ଷୟ କୁମାର ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ତାଙ୍କୁ ଭଗବାନ ଶିବ ରୂପେ ଦେଖାଯାଇଛି। ତାଙ୍କ ଲୁକ୍‌ ଦେଖି ପ୍ରଶଂସକ ତାଙ୍କୁ ପ୍ରଶଂସା କରୁଛନ୍ତି। ଜୁଲାଇ ୧୧ରେ ଫିଲ୍ମର ଟିଜର ରିଲିଜ ହେବ ବୋଲି ଅକ୍ଷୟ କୁମାର ଫିଲ୍ମର ଘୋଷଣା କରିଛନ୍ତି।
ଅକ୍ଷୟ କୁମାରଙ୍କ ଅଭିନୀତ ଏହି ଫିଲ୍ମ ଅଗଷ୍ଟ ୧୧ରେ ପ୍ରେକ୍ଷାଳୟକୁ ଆସିବ। ଏହି ଫିଲ୍ମରେ ଅକ୍ଷୟଙ୍କ ବ୍ୟତୀତ ୟାମି ଗୌତମ ମଧ୍ୟ ନଜର ଆସିବେ।

 

Share